Categories: ଜାତୀୟ

୩ ବର୍ଷରେ ଆତ୍ମହତ୍ୟା କରିଛନ୍ତି ୨୦୬ ସିଆରପିଏଫ ଯବାନ, କାରଣ ସମ୍ପର୍କରେ ସୂଚନା ଦେଲେ ମନ୍ତ୍ରୀ…

ନୂଆଦିଲ୍ଲୀ,୧୯।୧୨ : ୨୦୨୦ରୁ ୨୦୨୩ ଗତ ୩ ବର୍ଷ ମଧ୍ୟରେ ୨୦୬ ସିଆରପିଏଫ ଯବାନ ଆତ୍ମହତ୍ୟା କରିଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏହି ସୂଚନା ପ୍ରଦାନ କରିଛନ୍ତି। ବିବାଦ କାରଣରୁ ସିଆରପିଏଫ ଯବାନଙ୍କ ମୃତ୍ୟୁର ଆକଳନ ସେ ଉପସ୍ଥାପନ କରିଥିଲେ। ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ରାୟ କହିଛନ୍ତି ଗତ ତିନିବର୍ଷ ମଧ୍ୟରେ ସିଆରପିଏଫ ଯବାନଙ୍କ ଆତ୍ମହତ୍ୟା ମାମଲାର ଧାରା ବୃଦ୍ଧି ପାଇନାହିଁ।

ଲୋକସଭାରେ ଏକ ଲିଖିତ ଉତ୍ତରରେ ସେ କହିଛନ୍ତି ସିଆରପିଏଫ ଯବାନଙ୍କ ମଧ୍ୟରେ ଗତ ଦୁଇ ବର୍ଷ ମଧ୍ୟରେ ପାରସ୍ପରିକ ସଂଘର୍ଷର କୌଣସି ଘଟଣା ଘଟି ନାହିଁ। ବର୍ଷ ୨୦୧୮ ରୁ ୨୦୨୩ ପର୍ଯ୍ୟନ୍ତ ସିଆରପିଏପରେ ଏହିପରି ଘଟଣା ସଂଖ୍ୟା ୧୪ ରହିଛି। ଏହି ସମୟରେ, ସମାନ ସମୟ ମଧ୍ୟରେ ଏଭଳି ମାମଲାରେ ମୃତ୍ୟୁ ସଂଖ୍ୟା ୧୭ ରହିଛି।

ବିଦେଶୀ ମୂଳ ଅପରାଧୀଙ୍କ ବିଷୟରେ ସୂଚନା ଦେଇ ସେ କହିଛନ୍ତି ନଭେମ୍ବର ୨୦୨୩ ପର୍ଯ୍ୟନ୍ତ ଜାତୀୟ ଡାଟାବେସରେ ୯୫ ହଜାରରୁ ଅଧିକ ବିଦେଶୀ ଅପରାଧୀଙ୍କ ରେକର୍ଡ ପଞ୍ଜିକୃତ ହୋଇଛି।

Share