Categories: ବାଣିଜ୍ୟ

କିଟ୍‌-ଏଚ୍‌ଏସ୍‌ଏସ୍‌ର ୨୦ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର,୧୮।୮:କିଟ୍‌ ହାୟର ସେକେଣ୍ଡାରି ସ୍କୁଲ (କିଟ୍‌-ଏଚ୍‌ଏସ୍‌ଏସ୍‌) ର ୨୦ତମ ପ୍ରତିଷ୍ଠା ଦିବସ ନିକଟରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ତଥା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର (ଡ.) ଚିତ୍ତରଞ୍ଜନ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ସିଡିସି ଏବଂ ସ୍ନାତକୋତ୍ତର ବିଭାଗ ସମୂହର ଅଧ୍ୟକ୍ଷ ପ୍ରଫେସର ବିଷ୍ଣୁଚରଣ ଚୌଧୁରୀ ମୁଖ୍ୟ ବକ୍ତାଭାବେ ଯୋଗଦେଇଥିଲେ। ସଭା ପ୍ରାରମ୍ଭରେ ବିଦ୍ୟାଳୟ (କଲେଜ)ର ଅଧ୍ୟକ୍ଷ ପ୍ରଫେସର ଉଦୟ ଶଙ୍କର ଆଚାର୍ଯ୍ୟ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ସେହିଭଳି ବିଦ୍ୟାଳୟ (କଲେଜ) ପରିଚାଳନା ସମିତିର ଅଧ୍ୟକ୍ଷ ତଥା କିଟ୍‌ ଅନୁଷ୍ଠାନର ପ୍ରତିଷ୍ଠାତା ସଦସ୍ୟ ଡ. ଚିତ୍ତରଞ୍ଜନ ମିଶ୍ର କହିଥିଲେ, ଛାତ୍ରୀଛାତ୍ରମାନେ କଠିନ ପରିଶ୍ରମ ସହ ଗୁରୁଜନ, ଗୁରୁ ଓ ଗୁରୁମାଙ୍କୁ ସମ୍ମାନ ଜଣାଇବା ଏବଂ ନିଜର ବିଶ୍ୱାସ, ସମର୍ପଣ ଓ ସହଯୋଗ ଦ୍ୱାରା ସଫଳତା ସମ୍ଭବ ବୋଲି ମିଶ୍ର କହିଛନ୍ତି। ପରିଶେଷରେ ଅତିଥିମାନଙ୍କୁ ଉପଢୌକନ ସହ ମାନପତ୍ର ପ୍ରଦାନ ପୂର୍ବକ କଲେଜର ଉପାଧ୍ୟକ ଡ. ରୁଦ୍ରମୋହନ ନନ୍ଦ ଧନ୍ୟବାଦ ଅର୍ପଣ ସହ ସଭାକାର୍ଯ୍ୟ ଶେଷ ହୋଇଥିଲା। ପରିଶେଷରେ ଛାତ୍ରୀଛାତ୍ରମାନଙ୍କ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ‘ଆପ୍‌ ଆଏ ବାହାର ଆଏ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସୂଚନାଯୋଗ୍ୟ, ୨୦୦୪ ଅଗଷ୍ଟ ୧୬ରେ ଅୟମାରମ୍ଭ ହୋଇଥିବା ଏହି ବିଦ୍ୟାଳୟ ଗତ ୧୯ବର୍ଷ ମଧ୍ୟରେ ଅନେକ ସଫଳତା ହାସଲ କରିଛି।

Share