ଭୁବନେଶ୍ୱର,୨୫।୫: ରାଜ୍ୟରେ ଚାଲିଛି ତୃତୀୟ ପର୍ଯ୍ୟାୟ ମତଦାନ। ଲମ୍ବା ଲାଇନରେ ଛିଡା ହୋଇ ଲୋକେ ନିଜ ମତଦାନ କରୁଛନ୍ତି। ପ୍ରବଳ ଖରା, ଗୁଳୁଗୁଳି ସତ୍ତ୍ୱେ ଉତ୍ସାହର ସହ ଭୋଟ ଦେଉଛନ୍ତି ଭୋଟର। ଏହି ପରିପ୍ରେକ୍ଷୀରେ ପୂର୍ବାହ୍ନ ୧୧ଟା ସୁଦ୍ଧା ୨୧.୩୦ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଦେଇଛନ୍ତି।
ପୂର୍ବାହ୍ନ ୧୧ଟା ସୁଦ୍ଧା ଦେବଗଡରେ ସର୍ବାଧିକ ମତଦାନ ହୋଇଛି । ଦେବଗଡରେ ସର୍ବାଧିକ ୨୪% ମତଦାନ ହୋଇଛି । ସେହିପରି ଢେଙ୍କାନାଳରେ ୨୦.୯୨ପ୍ରତିଶତ ମତଦାପନ ହୋଇଥିବା ବେଳେ କେଉଁଝରରେ ୨୦.୮୪, ଖୋର୍ଦ୍ଧାରେ ୨୧.୬୧, ମୟୂରଭଞ୍ଜରେ ୨୧.୨୪, ନୟାଗଡରେ ୧୯.୩୦ ପୁରୀରେ ୨୧.୬୪, ସମ୍ବଲପୁରରେ ୨୨.୪୯ ପ୍ରତିଶତ ମତଦାନ ହୋଇଛି ।