Categories: ଜାତୀୟ

ମାଲଗାଡ଼ିର ୨୧ ବଗି ଓଲଟିଲା…

ଲକ୍ଷ୍ନୌ,୧୧।୧୧: ଉତ୍ତରପ୍ରଦେଶର ଜୈନପୁର ଜିଲାରେ ଗୁରୁବାର ସକାଳେ ଶ୍ରୀକୃଷ୍ଣ ନଗର ରେଳ ଷ୍ଟେସନ ନିକଟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ସୁଲତାନପୁରରୁ ଉଦଗପୁର ଘାଟପୁର ନିକଟ ମୁଗଲସରାଇ ଅଭିମୁଖେ ଯାଉଥିବା ଏକ ମାଲଗାଡ଼ିର ୨୧ ଟି ବଗି ଓଲଟି ପଡିଛି। ଏହି କାରଣରୁ ଜୈନପୁର-ବାରାଣାସୀ ରେଳ ମାର୍ଗ ଅବରୋଧ ହୋଇଯାଇଛି। ବିଭିନ୍ନ ସ୍ଥାନରେ ରୁଟ ଟ୍ରେନକୁ ଅଟକ କରାଯାଇଛି।

ସୂଚନାନୁସାରେ, ମୋଗଲସରାଇରୁ କୋଇଲା ଆଣିବା ପାଇଁ ମାଲଗାଡ଼ିଟି ସକାଳ ୬ଟା ୫୮ରେ ସୁଲତାନପୁର ଛାଡିଥିଲା। ଗାଲଗାଡ଼ିରେ ୫୯ଟି ବଗି ଥିଲା। ମାଲଗାଡ଼ିଟିଉଦୟପୁର ଘାଟପୁର ନିକଟରେ ୭ଟା ୫୮ରେ ଶ୍ରୀକୃଷ୍ଣ ନଗର ରେଳ କ୍ରସିଂ ପାର ହେବା ପରେ ପହଞ୍ଚିଥିଲା। ହଠାତ୍‌ କିଛି ବଗି ମଧ୍ୟଭାଗରୁ ଟ୍ରାକରୁ ବାହାରି ଯାଇଥିଲା।

ମାଲଗାଡ଼ିର ବେଗ ଅଧିକ ଥିବାରୁ ଆଗରୁ ୧୬ ଏବଂ ପଛରୁ ୨୧ ଟି ବଗି ଛାଡ଼ି ମଝିରେ ଥିବା ଅବଶିଷ୍ଟ ୨୧ ବଗି ଓଲଟି ପଡିଛି। ତେବେ ଡ୍ରାଇଭର ଏ.କେ ଚୌହ୍ବାନ ଏବଂ ଗାର୍ଡ ସଞ୍ଜୟ ଯାଦବ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। ଏହି ଘଟଣା ଯୋଗୁଁ ବାରାଣାସୀ-ସୁଲତାନପୁର ରେଳ ମାର୍ଗ ଅବରୋଧ ହୋଇ ଯାଇଛି। ମହାମନା ଏକ୍ସପ୍ରେସ, ସୁଲତାନପୁର ଜୈନପୁର ବାରାଣାସୀ ପାସେଞ୍ଜରକୁ ଅଧାବାଟରେ ଅଟକ ରଖାଯାଇଛି।

ପିଡବ୍ଲ୍ୟୁଡି ଜୈନପୁର ବ୍ରିଜେଶ ଯାଦବ କହିଛନ୍ତି ଯେ ସୁଲତାନପୁରରୁ ମୁଗଲସରାଇ ଅଭିମୁଖେ ଯାଉଥିବା ମାଲଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଘଟଣା ଯୋଗୁଁ ବାରାଣାସୀ-ଲକ୍ଷ୍ନୌ- ଭାୟା ଜାଫରବାଦ ରେଳ ଲାଇନରେ ଟ୍ରେନ ଚଳାଚଳ ବନ୍ଦ ହୋଇଯାଇଛି।

ଏହି ଘଟଣାର ସୂଚନା ଉତ୍ତର ରେଳବାଇର ଲକ୍ଷ୍ନୌ ବିଭାଗର ଉଚ୍ଚ ପଦାଧିକାରୀଙ୍କୁ ଦିଆଯାଇଛି। ସ୍ଥାନୀୟ ରେଳ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

Share