୧୦ ଡିଗ୍ରୀ ତଳେ ୨୧ ସହର ତାପମାତ୍ରା

ଭୁବନେଶ୍ୱର, ୮।୧(ବ୍ୟୁରୋ)- ରାଜ୍ୟରେ ଗତ ଦୁଇ ଦିନ ହେବ ପ୍ରବଳ ଥଣ୍ଡା ପଡ଼ିଛି। ଅଳ୍ପ କିଛି ଦିନର ବ୍ୟବଧାନ ପରେ ପୁଣି ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ବଢ଼ିଛି। ରବିବାର ଓଡ଼ିଶାର ୨୧ଟି ସହରରେ ତାପମାତ୍ରା ୧୦ଡିଗ୍ରୀ ତଳେ ରହିଥିଲା। ଏନେଇ ଆଞ୍ଚଳିକ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାନୁସାରେ, କୋରାପୁଟ ଜିଲା ସେମିଳିଗୁଡ଼ା ସବୁଠୁ ଅଧିକ ଥଣ୍ଡା ଅନୁଭୂତ ହୋଇଥିଲା। ସେଠାରେ ସର୍ବନିମ୍ନ ତାପମାତ୍ରା ୨ ଡିଗ୍ରୀ ରହିଥିଲା। ସେହିପରି କିରେଇରେ ସର୍ବନିମ୍ନ ତାପମାତ୍ରା ୪.୪ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଜି. ଉଦୟଗିରିରେ ୪.୬, ଫୁଲବାଣୀରେ ୫, ରାଉରକେଲାରେ ୬.୪, ସୁନ୍ଦରଗଡ଼ରେ ୬.୫, କୋରାପୁଟରେ ୬.୫, ଝାରସୁଗୁଡ଼ାରେ ୬.୬, ଦାରିଙ୍ଗବାଡ଼ିରେ ୬.୭, କେନ୍ଦୁଝରରେ ୭.୨, ଭବାନୀପାଟଣାରେ ୭.୨, ଢେଙ୍କାନାଳରେ ୮, ସୋନପୁରରେ ୮.୫, ଅନୁଗୋଳରେ ୮.୬, ବାରିପଦାରେ ୯, ନବରଙ୍ଗପୁରରେ ୯, ସମ୍ବଲପୁରରେ ୯.୩, ରାଣୀତାଲରେ ୯.୪, ଭଦ୍ରକରେ ୯.୫, ମହିଷାପାଟରେ ୯.୫ ଓ ହୀରାକୁଦରେ ୯.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।
ସେପଟେ ଆସନ୍ତା ୨୪ଘର୍ଟା ରାଜ୍ୟର ବିଭିନ୍ନ ସ୍ଥାନକୁ ଶୀତ ଲହରୀ ଜାରି ରହିବ। ବିଶେଷ କରି ଝାରସୁଗୁଡ଼ା, ଦେବଗଡ଼ ଏବଂ ଅନୁଗୋଳ ଜିଲାରେ ଜିଲାରେ ଏହା ଅଧିକ ଅନୂଭିତ ହେବ। ସେଥିପାଇଁ ଏହି ତିନି ଜିଲାକୁ ଶୀତ ଲହରୀ ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଏଥିସହିତ ଏହି ସବୁ ଜିଲାର ଲୋକଙ୍କୁ ରାତିରେ ଘରେ ରହିବାକୁ ପରାମର୍ଶ ଦିଆଯାଇଛି।

Share