Categories: ଜାତୀୟ

କାର୍‌ରୁ ମିଳିଲା ୪୩ କେଜି ସୁନା ବିସ୍କୁଟ୍‌

ନୂଆଦିଲ୍ଲୀ,୧୭।୬: ମଣିପୁର ଇମ୍ଫାଲରେ ରାଜସ୍ବ ଅଧିକାରୀଙ୍କ ଚଢ଼ାଉବେଳେ ଗୋଟିଏ କାର୍‌ରୁ ଜବତ ହୋଇଛି ୪୩ କେଜି ସୁନା ବିସ୍କୁଟ। ଏହାର ଆନୁମାନିକ ମୂଲ୍ୟ ୨୧ କୋଟି ଟଙ୍କା ହେବ।

ଟିପ୍‌ ଅପ୍‌ ପାଇବା ପରେ ଇମ୍ଫାଲରେ କାରକୁ ଅଟକାଇଥିଲେ ରାଜସ୍ବ ବିଭାଗର ଇଣ୍ଟେଲିଜେନ୍ସ ଅଧିକାରୀ। କାର୍‌ରେ ଥିବା ଦୁଇ ଜଣଙ୍କୁ ପଚରାଉଚୁରା କରାଯିବା ପରେ ଗାଡ଼ିର ତଲାସି ନିଆଯାଇଥିଲା। କାର୍‌ର ୩ଟି ସ୍ବତନ୍ତ୍ର ସ୍ଥାନରେ ଲୁଚାଇ ରଖାଯାଇଥିଲା ସୁନା ବିସ୍କୁଟ। ବିଦେଶରେ ନିର୍ମିତ ୨୬୦ ସୁନା ବିସ୍କୁଟକୁ ଉଦ୍ଧାର କରିବା ପାଇଁ ଅଧିକାରୀଙ୍କୁ ଲାଗିଥିଲା ୧୮ ଘଣ୍ଟା।

ସମାନ ଗାଡ଼ି ପୂର୍ବରୁ ସୁନା ଚୋରାଚାଲାଣରେ ବ୍ୟବହାର ହେଉଥିବା ଅଧିକାରୀ ସୂଚନା ଦେଇଛନ୍ତି। ମ୍ୟାନମାର ସୀମାକୁ ଲାଗିଥିବା ମଣିପୁରରେ ପ୍ରବଳ ମାତ୍ରାରେ ସୁନା ଚୋରାଚାଲାଣ କରାଯାଉଛି। ଏପରି କି କୋଭିଡ୍‌ କାରଣରୁ ଲକ୍‌ଡାଉନ ସମୟରେ ଗୁଆହାଟି ଜୋନରୁ ୬୭ କେଜି ସୁନା (୩୩ କୋଟି ଟଙ୍କା) ଜବତ କରାଯାଇଥିଲା।

Share