ଆଙ୍କାରା,୨୮।୨: ଫେବୃୟାରୀ ୬ରେ ତୁର୍କୀ ଏବଂ ସିରିଆରେ ଶକ୍ତିଶାଳୀ ଭୂକମ୍ପରେ ବ୍ୟାପକ ଧ୍ୱଂସ ଘଟିଥିଲା। ଏଥିରେ ପ୍ରାୟ ୫୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଏଥିସହ ଭୂକମ୍ପ ଯୋଗୁ ହଜାର ହଜାର ଘର ନଷ୍ଟ ହେବା କାରଣରୁ ବହୁ ଜନସଂଖ୍ୟା ବାସହୀନ ହୋଇପଡ଼ିଛନ୍ତି। ଅନ୍ୟପଯେ, ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ଟିମ୍ ବର୍ତ୍ତମାନ ଦେଶରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଦ୍ରୁତ ଗତିରେ ଜାରି ରହିଛି। ଯାହାର ଅନେକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ନିକଟରେ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଭୂକମ୍ପର ପ୍ରାୟ ୨୧ ଦିନ ପରେ ଏକ ଘୋଡାକୁ ଭୁଶୁଡି ପଡିଥିବା କୋଠା ମଧ୍ୟରୁ ଜୀବନ୍ତ ଉଦ୍ଧାର କରାଯାଇଛି। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଉଛି। ସୂଚନାନୁସାରେ, ଏହି ଘୋଡାକୁ ତୁର୍କୀର ଆଦିଆମନରେ ଭୁଶୁଡି ପଡିଥିବା କୋଠା ତଳୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଯାହାକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
Amazing amazing amazing
In Adiyaman, a horse found alive in the rubble of a building 21 days after the earthquake was rescued by the teams👏👏👏#earthquake #horse #turkey #adiyaman pic.twitter.com/XSFAQjbKYX
— Tansu YEĞEN (@TansuYegen) February 27, 2023