Categories: ଫୁରସତ

୨୧ ଦିନର ଝିଅ ପେଟରେ ୮ ଭ୍ରୂଣ

ରାଞ୍ଚି: ରାଞ୍ଚିର ଘରୋଇ ଡାକ୍ତରଖାନାରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ୨୧ ଦିନର ଗୋଟିଏ ଶିଶୁ ପେଟରୁ ୮ଟି ଭ୍ରୂଣ ମିଳିଛି। ତେବେ ବିଶ୍ୱରେ ଏଭଳି ଘଟଣା ଦେଖାଯିବା ପଥମ ବୋଲି ଡାକ୍ତର କହିଛନ୍ତି। ଝାଡ଼ଖଣ୍ଡର ରାମଗଡ଼ ଜିଲାର ଏକ ଘରୋଇ ଡାକ୍ତରଖାନାରେ ଅକ୍ଟୋବର ୧୦ରେ ଏହି କନ୍ୟାଶିଶୁ ଜନ୍ମ ହୋଇଥିଲା। ସିଟିସ୍କାନରୁ ଜଣାପଡ଼ିଥିଲା ଯେ, ଶିଶୁଙ୍କ ପେଟରେ ଟ୍ୟୁମର ରହିଛି। ଚିକିତ୍ସା ପାଇଁ ଶିଶୁଙ୍କୁ ରାଞ୍ଚିର ଆଉ ଏକ ହସ୍ପିଟାଲକୁ ଟ୍ରାନ୍ସଫର କରାଯାଇଥିଲା। ଶିଶୁଟିର ଆବଶ୍ୟକ ପରୀକ୍ଷାନିରୀକ୍ଷା କରାଯିବାପରେ ତା’ ପେଟରେ ୮ଟି ଭ୍ରୂଣ ଥିବା ଜଣାପଡ଼ିଥିଲା। ତେବେ ଏହା ଏକ ରେୟାର୍‌ କଣ୍ଡିଶନ୍‌ ହୋଇଥିବା ଡାକ୍ତର କହିଥିଲେ। ଏକାଧିକ କୋଷିକା ଏକାଠି ହୋଇ ଭ୍ରୂଣ ଆକାରରେ ଯମଜ ଭାବେ ଶିଶୁ ପେଟରେ ରହିଥାନ୍ତି।
ବିଶ୍ୱରେ ୧୦ ଲକ୍ଷ ଶିଶୁଙ୍କ ମଧ୍ୟରୁ ଜଣେ ଶିଶୁଠାରେ ଏ ପ୍ରକାର ବିରଳ ଦୃଷ୍ଟାନ୍ତ ଦେଖାଯାଇଥିବା ଡାକ୍ତର କହିଛନ୍ତି। ଅବଶ୍ୟକସ୍ଥଳେ ଶିଶୁଙ୍କ ଅସ୍ତ୍ରୋପଚାର କରାଯାଇଥିଲା। ଏହାପରେ ତାଙ୍କ ପେଟରୁ ୮ଟି ଭ୍ରୂଣ ମିଳିଥିଲା।

Share