ମାଟି ଧସି ୨୧ ମୃତ, ୬ ନିଖୋଜ

ବେଜିଂ,୧୪ା୮: ଚାଇନାର ସିୟାନରେ ପ୍ରବଳ ବର୍ଷା ପ୍ରଭାବରେ ମାଟି ଧସିବାରୁ ୨୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ନିଖୋଜ ଅଛନ୍ତି। ଜିଆନ ଜିଲାର ଚାଙ୍ଗର ଗାଁରେ ରବିବାର ରାତିରେ ଏପରି ଅଘଟଣ ଘଟିଥିବା ଜଣାପଡ଼ିଛି।

ଏକ ରିପୋର୍ଟ ଅନୁଯାୟୀ, ଜାତୀୟ ରାଜପଥ ୨୧୦ରେ ଅନେକ ଘର କ୍ଷତିଗ୍ରସ୍ତ ହୋଇଛି।
ଏଥିସହ ଏହି ବିପର୍ଯ୍ୟୟରେ ତିନୋଟି ବିଦ୍ୟୁତ୍‌ ଯୋଗାଣ ଭିତ୍ତିଭୂମି ନଷ୍ଟ ହୋଇଯାଇଛି। ଫଳରେ ୯୦୦ ପରିବାର ଅନ୍ଧାରରେ ରହିଛନ୍ତି। ସିୟାନ ସହରରେ କମାଣ୍ଡ ସେଣ୍ଟର ସ୍ଥାପନ କରି ୯୮୦ରୁ ଅଧିକ କର୍ମଚାରୀଙ୍କ ସହ ଅଗ୍ନିଶମ ବିଭାଗ ଏବଂ ପୋଲିସ ବିଭାଗ ସମେତ ୧୪ଟି ଉଦ୍ଧାରକାରୀ ଦଳ ନିୟୋଜିତ ହୋଇଛନ୍ତି।

Share