ଆମେରିକାରେ ଘୂର୍ଣ୍ଣିବଳୟର ତାଣ୍ଡବ, ୬ଲକ୍ଷରୁ ଅଧିକ ଘରେ ନାହିଁ ବିଜୁଳି

ଓ୍ବାଶିଂଟନ,୨।୪: ଆମେରିକାରେ ପୁଣିଥରେ ଘୂର୍ଣ୍ଣିବଳୟ ତାଣ୍ଡବ ରଚିଛି। ମିଡିଆ ରିପୋର୍ଟ ଅନୁଯାୟୀ, ଏଠାରେ ଦକ୍ଷିଣ-ମଧ୍ୟ ଓ ପୂର୍ବ ଆମେରିକାରେ ଶୁକ୍ରବାର ଓ ଶନିବାର ଆସିଥିବା ଘୂର୍ଣ୍ଣିବଳୟରେ ମୃତକଙ୍କ ସଂଖ୍ୟା ୨୧ରେ ପହଞ୍ଚିଛି। ଏଥିରେ ୧୦୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡିଛି।

ଟେନେସିରେ ଜରୁରୀକାଳିନ ପ୍ରବନ୍ଧନ ଏଜେନ୍ସିର ଜଣେ ପ୍ରବକ୍ତା ଏଏଫପିକୁ ଏହି ଘୂର୍ଣ୍ଣିବଳୟରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛି। ଏହା ବ୍ୟତୀତ ଦକ୍ଷିଣରେ ଅର୍କାସସ, ମିସିସିପି ଓ ଅଲବାମା ଓ ମେଡଓ୍ବେଷ୍ଟରେ ଇଣ୍ଡିଆନା ଓ ଇଲିନୋଇସରେ ଅତିକମରେ ୧୪ ଜଣଙ୍କ ମୃତ୍ୟୁ ହୋଇଛି।

ଏହି ଘୂର୍ଣ୍ଣି ବଳୟରେ ୬ ଲକ୍ଷରୁ ଅଧିକ ଘରର ବିଜୁଳି କଟିଯାଇଛି। ଲୋକେ ଏବେ ଅନ୍ଧାରରେ। ଅନେକ ସ୍ଥାନରେ ବିଜୁଳି ଖୁଣ୍ଟ ଭାଙ୍ଗି ଯାଇଥିବା କୁହାଯାଇଛି। ଏବେ ଏହାକୁ ଯୁଦ୍ଧ କାଳୀନ ଭିତ୍ତିରେ ମରାମତି କରାଯାଉଛି।

Share