ପ୍ୟାରିସ,୧୭।୧୦: ହମାସ-ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ଯୁଦ୍ଧରେ ଅନ୍ୟ ଦେଶର ନାଗରିକଙ୍କ ମଧ୍ୟ ଜୀବନ ବାଜି ଲାଗୁଛି। ଆମେରିକା, ନେପାଳ ପରେ ଏବେ ଫ୍ରାନ୍ସର ୨୧ଜଣ ନାଗରିକଙ୍କ ମୃତ୍ୟୁ ଘଟିଛି। ହମାସର ରକେଟ ମାଡ଼ରେ ସମସ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୧୧ଜଣ ନିଖୋଜ ଥିବା କୁହାଯାଉଛି।
ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ମଙ୍ଗଳବାର ଆଲବାନିଆରେ ଆଲୋଚନା ବେଳେ କହିଛନ୍ତି ଯେ, ତାଙ୍କ ସରକାର ଗାଜାରେ ଅପହରଣ ହୋଇଥିବା ନିଜ ନାଗରିକଙ୍କୁ ମୁକୁଳାଇବା ଲାଗି ଯଥା ସମ୍ଭବ ପ୍ରୟାସ କରୁଛି। ଏହା ଇସ୍ରାଏଲ ନାଗରିକ, ପାଲେଷ୍ଟାଇନ୍ର ସାଧାରଣ ଜନତାଙ୍କ ସହ ପୁରା ଅଞ୍ଚଳ ଲାଗି କଷ୍ଟକର ସମୟ। ଏହି ଯୁଦ୍ଧର କାରଣ ରାଜନୈତିକ ହୋଇଥିବାରୁ ଶାନ୍ତିପୂର୍ଣ୍ଣ ପ୍ରକ୍ରିୟା ବିନା ସମାଧାନ କରାଯାଇପାରିବ ନାହିଁ ବୋଲି ସେ କହିଛନ୍ତି।