ରୁଷିଆ ଏୟାରଷ୍ଟ୍ରାଇକ୍‌ରେ ୨୧ ଆହତ

କିଭ୍‌,୨୦ା୭: ଗୁରୁବାର ୟୁକ୍ରେନ ଅଧିକାରୀମାନେ କହିଛନ୍ତି, ରୁଷିଆର ଏୟାର ଷ୍ଟ୍ରାଇକ୍‌ର ତୃତୀୟ ରାତିରେ ବନ୍ଦର ସହର ଓଡେସା ସମେତ ଦକ୍ଷିଣ ୟୁକ୍ରେନ ସହରକୁ ଟାର୍ଗେଟ କରି ଅତି କମ୍‌ରେ ୨୧ ଜଣ ଆହତ ହୋଇଛନ୍ତି।

ରୁଷିଆର ଏହି ଆକ୍ରମଣ ତିନି ମହଲା କୋଠାର ଅନେକ ମହଲାକୁ ନଷ୍ଟ କରି ୪୫୦ ବର୍ଗ ମିଟର (୪୮୦୦ ବର୍ଗଫୁଟ) ଅଞ୍ଚଳରେ ପ୍ରଭାବ ପକାଇ ଘଣ୍ଟା ଘଣ୍ଟା ଧରି ଜଳି ଯାଇଥିଲା। ଗଭର୍ନର ଭିଟାଲି କିମ୍‌ କହିଛନ୍ତି, ଏହି ଆକ୍ରମଣରେ ଜଣେ ଶିଶୁ ସମେତ ଦୁଇ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

Share