ନୂଆଦିଲ୍ଲୀ,୨୩।୧ : ବୀର ଯବାନଙ୍କୁ ସମ୍ମାନ ଦେବା ପାଇଁ କେନ୍ଦ୍ର ସରକାର ଉଦ୍ୟମ ଅନ୍ତର୍ଗତ ନେତାଜୀ ସୁଭାଷ ବୋଷଙ୍କ ଜନ୍ମ ବାର୍ଷିକୀ ପରାକ୍ରମ ଦିବସ ଅବସରରେ ଆଣ୍ଡାମାନ ନିକୋବରର ୨୧ ଦ୍ୱୀପକୁ ପରମବୀର ଚକ୍ର ସମ୍ମାନରେ ସମ୍ମାନୀତ ହୋଇଥିବା ଯବାନଙ୍କ ନାମରେ ନାମିତ କରାଯାଇଛି। ପରାକ୍ରମ ଦିବସରେ ପୂର୍ବାହ୍ନ ୧୧ଟାରେ ଭିଡ଼ିଓ କନଫେରନ୍ସିଂରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସମାରୋହରେ ଯୋଗଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ଏସବୁ ଦ୍ୱୀପର କୌଣସି ନାମ ନ ଥିଲା।