ନୂଆଦିଲ୍ଲୀ,୨୧।୧ : ବୀର ଯବାନଙ୍କୁ ସମ୍ମାନ ଦେବା ପାଇଁ କେନ୍ଦ୍ର ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ଏହି କ୍ରମରେ ନେତାଜୀ ସୁଭାଷ ବୋଷଙ୍କ ଜନ୍ମ ବାର୍ଷିକୀ ପାଳନ ଅବସରରେ ଜାନୁୟାରୀ ୨୩ରେ ଆଣ୍ଡାମାନ ନିକୋବରର ୨୧ ଦ୍ୱୀପକୁ ପରମବୀର ଚକ୍ର ସମ୍ମାନରେ ସମ୍ମାନୀତ ହୋଇଥିବା ଯବାନଙ୍କ ନାମରେ ନାମିତ କରାଯିବ। ପରାକ୍ରମ ଦିବସରେ ପୂର୍ବାହ୍ନ ୧୧ଟାରେ ଭିଡ଼ିଓ କନଫେରନ୍ସିଂରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସମାରୋହରେ ଯୋଗଦେବେ। ବର୍ତ୍ତମାନ ସୁଦ୍ଧା ଏସବୁ ଦ୍ୱୀପର କୌଣସି ନାମ ନ ଥିଲା।