ବିଜାପୁର,୪।୪: ଛତିଶଗଡ଼ର ବିଜାପୁରରେ ଶନିବାର ମିଳିତ ସୁରକ୍ଷାକର୍ମୀ ଏବଂ ମାଓବାଦୀ ମୁହାଁମୁହିଁ ହୋଇଥିଲେ। ଏଥିରେ ୮ ଯବାନ ଶହୀଦ୍ ହୋଇଥିବାବେଳେ ୧୫ରୁ ଅଧିକ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ଡିଜି ଅଶୋକ ଜୁନେଜା ରବିବାର ସୂଚନା ଦେଇଛନ୍ତି। ୫ ଜଣ ଯବାନ ଶହୀଦ୍ ହୋଇଥିବା ନେଇ ଡିଆଇଜି ଓ.ପି. ପଲ୍ ପୂର୍ବରୁ କହିଥିଲେ। ରବିବାର ସକାଳୁ ପୁଣି ସର୍ଚ୍ଚ ଅପରେଶନ୍ ଆରମ୍ଭ ହୋଇଛି। ତେବେ ୨୧ ଜଣ ଯବାନ ନିଖୋଜ ଥିବା ଜଣାପଡ଼ିଛି। ସେହିପରି ଶହୀଦ୍ ହୋଇଥିବା ୨ ଜଣ ଯବାନଙ୍କ ମୃତଦେହକୁ ଏୟାର ଲିଫ୍ଟ୍ କରାଯାଇ ଜଗଦଲପୁର ପଠାଯାଇଛି। ଆହତ ହୋଇଥିବା ୨୪ ଯବାନଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୭ ଜଣ ଯବାନଙ୍କୁ ଚିକିତ୍ସାଲାଗି ରାୟପୁର ହସ୍ପିଟାଲକୁ ପଠାଯାଇଛି। ଏହି ଘଟଣାରେ ୨୦ରୁ ଅଧିକ ମାଓବାଦୀ ଆହତ ହୋଇଥିବାେ ମିଳିଥିବା ଗୋଇନ୍ଦା ରିପୋର୍ଟ ଅନୁସାରେ ବିଜାପୁର, ସୁକମା, କାଙ୍କେର ଆଦି ଅଞ୍ଚଳର ଜଙ୍ଗଲରେ ୨୦୦-୩୦୦ ମାଓବାଦୀ ଲୁଚି ରହିଛନ୍ତି। ସେମାନେ ବୁଲି ବୁଲି ବିଭିନ୍ନ ଅଞ୍ଚଳରେ କ୍ୟାମ୍ପ୍ କରି ଶକ୍ତି ବୃଦ୍ଧି କରୁଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ମାଓବାଦୀଙ୍କ ବିରୋଧରେ ୨୦୦୦ ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେଶନ ଜାରି ରହିଛି।