ଦକ୍ଷିଣ ଆଫ୍ରିକାରେ ବଡ ଧରଣର ସଡ଼କ ଦୁର୍ଘଟଣା, ୧୯ ଛାତ୍ରଙ୍କ ସମେତ ୨୧ ମୃତ

କେପ ଟାଉନ,୧୮ ।୯: ଦକ୍ଷିଣ ଆଫ୍ରିକାର କ୍ୱାଜୁଲୁ-ନତାଲରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଏଥିରେ ୧୯ସ୍କୁଲ ଛାତ୍ରଙ୍କ ସମେତ ୨୧ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଦେଶର ଆପାତକାଳୀନ ଚିକିତ୍ସା ସେବାର ସୂଚନା ଅନୁଯାୟୀ, ଘଟଣା ଶନିବାର ମଧ୍ୟାହ୍ନରେ ଘଟିଛି । ଯେତେବେଳେ ଗୋଟିଏ ଟ୍ରକ ଆଉ ଏକ ଟ୍ରକକୁ ଓଭରଟେକ କରୁଥିଲା ସେତେବେଳେ ସ୍କୁଲରୁ ଫେରୁଥିବା ୧୨ ବର୍ଷରୁ କମ ବୟସର ସ୍କୁଲ ପିଲାଙ୍କ ବ୍ୟାକି ବା ପିକଅପ ଟ୍ରକକୁ ଧକ୍କା ଦେଇଥିଲା ।
କ୍ୱାଜୁଲୁ-ନତାଲ ଟ୍ରନ୍ସପୋର୍ଟ ଏମଇସି ସିଫୋ ହ୍ଲୋମୁକା କହିଛନ୍ତି, ବିଭାଗ ଏହି ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରୁଛି । ସେ କହଛନ୍ତି ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସାମ୍ନା ସାମ୍ନି ଦୁଇଟି ଗାଡି ଆସିଯିବାରୁ ଏହି ଦୁର୍ଘଟଣା ଘଟିଛି । ତେବେ ଏଭଳି ଦୁର୍ଘଟଣା ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନ ଯୋଗୁ ହୋଇଥିବା ସେ କହିଛନ୍ତି । ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ସେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

Share