ଓଡେସାରେ ରୁଷିଆର ମିଶାଇଲ ମାଡ଼: ୨୧ ମୃତ

କିଭ୍‌, ୨ା୭: କୃଷ୍ଣସାଗରର ଏକ ଦ୍ୱୀପରୁ ରୁଷିଆ ସୈନ୍ୟ ପ୍ରତ୍ୟାହାରର ଦିନକ ପରେ ରୁଷିଆ ୟୁକ୍ରେନ୍‌ର ଓଡେସା ସହର ସେରହିଭ୍‌କାରେ ଏକ ବଡ଼ ଧରଣର ମିଶାଇଲ ମାଡ଼ କରିଛି। ଏହି ଆକ୍ରମଣରେ ବର୍ତ୍ତମାନ ସୁଦ୍ଧା ୨୧ଜଣଙ୍କ ମୃତ୍ୟୁ ଘଟିଛି।

ଯୁଦ୍ଧରେ ରୁଷିଆ ୟୁକୈନ ସୈନ୍ୟଙ୍କ ସହ ମୁକାବିଲା କରି ପାରୁ ନ ଥିବାରୁ ସାଧାରଣ ଲୋକଙ୍କ ଉପରେ ଏଭଳି ଟାର୍ଗେଟ କରାଯାଉଥିବା ନେଇ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି କହିବା ସହ ଏହାକୁ ନିନ୍ଦା କରିଛନ୍ତି। ଏହି ମିଶାଇଲ ମାଡ଼ରେ ୬ ଶିଶୁଙ୍କ ସହ ମହିଳାଙ୍କ ସମେତ ୩୮ ଜଣ ଆହତ ହୋଇଥିବା ଜଣାପଡିଛି। ଅହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Share