୨୧ଲକ୍ଷ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ

ସୋନପୁର,୨୪।୩(ନି.ପ୍ର.): ସୁବର୍ଣ୍ଣପୁର ପୋଲିସ ଗତ ୧୭ ତାରିଖରେ ବନ୍ଧୁକ ମୁନରେ ହୋଇଥିବା ୨୧ଲକ୍ଷ ଟଙ୍କା ଲୁଟ୍‌ ଘଟଣାର ପର୍ଦ୍ଦାଫାଶ କରିଛି। ଏହି ଘଟଣାରେ ମାଷ୍ଟରମାଇଣ୍ଡଙ୍କ ସମେତ ୫ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ବୌଦ୍ଧ ଜିଲା ମନମୁଣ୍ଡା ଥାନା ଆମ୍ବପଖାଳ ଗ୍ରାମର ଉତ୍ତମ କୁମାର ଦୀପ(୨୧), ମନମୁଣ୍ଡା ଥାନା ଗୋହିରପିଟା ଗ୍ରାମର ଅମ୍ବୁଜ ବେହେରା(୨୮), ମନମୁଣ୍ଡା ଥାନା ଡିଗି ଗ୍ରାମର ଅବଦୁଲ ଓରଫ ଶର୍ଦ୍ଦୁଳ ଗାଇଗରିଆ(୩୨), ବୌଦ୍ଧ ଜିଲା କଣ୍ଟାମାଳ ଥାନା ଖଲିଆମୁଣ୍ଡା ଗ୍ରାମର ହରିବୋଲ ଷାଣ୍ଢ(୩୦) ଓ ସୋନପୁର ସହର ଘୋଡ଼ାଘାଟପଡ଼ାର ସୁନୀଲ କୁମାର ମହାରଣା(୨୮)। ସେମାନଙ୍କ ନିକଟରୁ ନଗଦ ୧୫ ଲକ୍ଷ ୩୦ହଜାର ଟଙ୍କା ଜବତ ହୋଇଛି। ଅଭିଯୁକ୍ତଙ୍କ ନିକଟରୁ ଲୁଟ୍‌ରେ ବ୍ୟବହୃତ ୫ଟି ବାଇକ୍‌ ଓ ୧୦ଟି ମୋବାଇଲ ଜବତ ହୋଇଛି। ଅଭିଯୁକ୍ତ ଛାଡ଼ି ଯାଇଥିବା ସୁରାକ ଓ ଗୋଇନ୍ଦା ସୂଚନାକୁ ଆଧାର କରି ଅଭିଯୁକ୍ତଙ୍କ ନିକଟରେ ପୋଲିସ ପହଞ୍ଚିଥିବା ମଙ୍ଗଳବାର ଏସ୍‌ପି ସୀତାରାମ ଶତପଥୀ ଜିଲା ପୋଲିସ ମୁଖ୍ୟାଳୟରେ ଅନୁଷ୍ଠିତ ଖବରଦାତା
ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଏସ୍‌ପିଙ୍କ କହିବାନୁସାରେ ଭୁବନେଶ୍ୱରସ୍ଥିତ ରାଇଟର ସେଫ୍‌ଗାର୍ଡ ଏଜେନ୍ସିର ଏଟିଏମ୍‌ ଅଫିସର ସୁନୀଲ କୁମାର ମହାରଣା ଘଟଣାର ମାଷ୍ଟର ମାଇଣ୍ଡ। ସେ ଅମ୍ବୁଜ ଓ ହରିବୋଲଙ୍କ ସହିତ ମିଶି ଯୋଜନା ପ୍ରସ୍ତୁତ କରିଥିଲେ। ଘଟଣା ଦିନ ସଂସ୍ଥାର ଅନ୍ୟତମ ଏଟିଏମ୍‌ ଅଫିସର ସୋନପୁର ବ୍ଲକ ଛକ ଅଞ୍ଚଳର ସୁଧାଂଶୁ ପଧାନ ସୋନପୁର ଓ ଉଲୁଣ୍ଡା ଏଟିଏମ୍‌ରେ ଟଙ୍କା ଭରିବା ପାଇଁ ବ୍ୟାଙ୍କ ଅଫ୍‌ ବରୋଦା ସୋନପୁର ଶାଖାରୁ ୩୮ଲକ୍ଷ ଟଙ୍କା ଉଠାଇଥିଲେ। ସୁଧାଂଶୁ ସୋନପୁର ମୁଖ୍ୟ ଶାଖା ନିକଟରେ ଥିବା ଏଟିଏମ୍‌ରେ ପ୍ରଥମେ ୧୭ଲକ୍ଷ ଟଙ୍କା ଭରିଥିଲେ। ସୁନୀଲ ଆସିବାରେ ବିଳମ୍ବ କରିବାରୁ ବାକି ୨୧ଲକ୍ଷ ଟଙ୍କାକୁ ସେ ବ୍ୟାଗ୍‌ରେ ଭର୍ତ୍ତି କରି ଉଲୁଣ୍ଡା ଅଭିମୁଖେ ବାଇକ୍‌ରେ ଏକୁଟିଆ ଯାଉଥିଲେ। ବୀରମହାରାଜପୁର ଥାନା ବାଘଲପୁର ଛକ ନିକଟରେ ୬ଜଣ ଦୁର୍ବୃତ୍ତ ୪ଟି ବାଇକ୍‌ରେ ଆସି ସୁଧାଂଶୁଙ୍କୁ ଧକ୍କା ଦେଇଥିଲେ। ସେ ତଳେ ପଡିଯିବା ପରେ ବନ୍ଧୁକ ଓ ଭୁଜାଲି ଦେଖାଇ ସେମାନେ ୨୧ଲକ୍ଷ ଟଙ୍କା ଓ ମୋବାଇଲ ଫୋନ୍‌ ଲୁଟିନେଇ ଫେରାର ହୋଇଯାଇଥିଲେ। ପରେ ଲୁଟ୍‌ ଟଙ୍କାକୁ ନିଜ ଭିତରେ ବାଣ୍ଟି ନେଇଥିଲେ। ଅନ୍ୟପକ୍ଷେ ସୁନୀଲ ମହାରଣା ସୁଧାଂଶୁଙ୍କ ନିକଟରେ ପହଞ୍ଚତ୍ ଧରା ନ ପଡ଼ିବା ପାଇଁ ମିଛ ଅଭିନୟ କରିଥିଲେ। ଠିକା ସଂସ୍ଥା ରାଇଟର ସେଫ୍‌ଗାର୍ଡ ଏଜେନ୍ସିର ଏକ୍‌ଜିକ୍ୟୁଟିଭ୍‌ ଏଟିଏମ୍‌ଓ ଭାବେ ସୁଧାଂଶୁ ପଧାନ ଓ ସୁନୀଲ ମହାରଣା କାର୍ଯ୍ୟ କରୁଥିଲେ। ଦୁହେଁ ବ୍ୟାଙ୍କ୍‌ ଅଫ୍‌ ବରୋଦା ସୋନପୁର ଶାଖାରୁ ଟଙ୍କା ଉଠାଇ ସୋନପୁର, ଉଲୁଣ୍ଡା ଓ ବିନିକାସ୍ଥିତ ଏଟିଏମ୍‌ରେ ଟଙ୍କା ଭରୁଥିଲେ। ବାଇକ୍‌ରେ ଟଙ୍କା ନେଇ ସେମାନେ ବିଭିନ୍ନ ସ୍ଥାନକୁ ଯାଉଥିଲେ। ଘଟଣା ଦିନ ସୁନୀଲ ଏଜେନ୍ସିର କାର୍ଯ୍ୟ ନ କରି ଅଭିଯୁକ୍ତଙ୍କ ସହିତ ମିଶି ଟଙ୍କା ଲୁଟ୍‌ ଯୋଜନା କରିଥିଲେ। ସୁଧାଂଶୁଙ୍କ ଅଭିଯୋଗକ୍ରମେ ବୀରମହାରାଜପୁର ଥାନାରେ ଏକ ମାମଲା(ନଂ.୫୨/୨୧)ରୁଜୁ ହୋଇଥିଲା। ହେଡକ୍ୱାର୍ଟର୍ସ ଡିଏସ୍‌ପି ସତ୍ୟଜିତ ମିଶ୍ରଙ୍କ ନେତୃତ୍ୱରେ
ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ଦୁର୍ଗାପୂଜା ପ୍ରସ୍ତୁତି ଆରମ୍ଭ, ସ୍ଥାପନ ହେଲା ଶୁଭଖୁଣ୍ଟି

ଦାରିଙ୍ଗବାଡ଼ି,୭ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା’ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଗଣେଶ ପୂଜା ଚତୁର୍ଥୀ ତିଥିରୁ...

କେନ୍ଦୁଝରରେ ଗଡ଼ିଲା ‘ସୁଭଦ୍ରା’ ସଚେତନତା ରଥ, ମନ୍ତ୍ରୀ କହିଲେ…

କେନ୍ଦୁଝର,୭ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଶନିବାର କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ‘ସୁଭଦ୍ରା’ ସଚେତନତା ରଥ ଗଡ଼ିଛି। ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ଜଙ୍ଗଲ ପରିବେଶ ଓ ଜଳବାୟୁ...

ସୁଭଦ୍ରା ଯୋଜନା ଫର୍ମ ବଣ୍ଟନରେ ଅବହେଳା: ଅଙ୍ଗନଓ୍ବାଡି କର୍ମୀଙ୍କ ଦରମା ବନ୍ଦ

ବାଲେଶ୍ୱର, ୭।୯(ବାଞ୍ଛାନିଧି ଦେ)-ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ସୁଭଦ୍ରା ଯୋଜନା ଆବେଦନ ଫର୍ମ ବଣ୍ଟନରେ ଅବହେଳା କରିଥିବା ଜଣେ ଅଙ୍ଗନଓ୍ବାଡି କର୍ମୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ...

ଆଜିଠୁ ବୁଲିଲା ସୁଭଦ୍ରା ରଥ: ଶୁଭାରମ୍ଭ କଲେ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ

ଛତ୍ରପୁର,୭।୯(ସନ୍ତୋଷ ପାଢ଼ୀ/ ଦିଲ୍ଲୀପ ସାମଲ ):ସାରା ରାଜ୍ୟରେ ସୁଭଦ୍ରା ଯୋଜନା ପାଇଁ ଆବେଦନ ଚାଲିଥିବା ବେଳେ ବିଭିନ୍ନ ସମସ୍ୟା ପରିଲକ୍ଷିତ ହୋଇଛିl ଏହାକୁ ନେଇ ରାଜ୍ୟ...

ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ

ଭୁବନେଶ୍ୱର,୭ା୯: ୩ ମାସରେ ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ। ଏନେଇ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଶନିବାର ସୂଚନା...

ମହିଳା କର୍ମଚାରୀଙ୍କୁ ଜାତିଆଣ ଆକ୍ଷେପ କରି ଫାଇଲ୍‌ ଛଡ଼ାଇ ନେଲେ ସରପଞ୍ଚଙ୍କ ଦେଢ଼ଶୁର, ଆଉ ତା’ ପରେ…

ହାଟଡିହୀ,୭ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପନ୍ଦାଡୋ ପଞ୍ଚାୟତ ସରପଞ୍ଚ ସସ୍ମିତା ଓଝା ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ)ଭାବେ ଉର୍ମିଳା ମୁର୍ମୁ ଦାୟିତ୍ୱ ତୁଲାଉଛନ୍ତି। ତେବେ...

ପୂଜା ପାଇବେ ବୁଢ଼ା, ଟୋକା, ପିଲା ଗଣେଶ

ଭଦ୍ରକ,୭ା୯(ସନାତନ ରାଉତ):ଶନିବାର ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ପୂଜା। ଭଦ୍ରକର ପ୍ରସିଦ୍ଧ ବୁଢ଼ା, ଟୋକା ଓ ପିଲା ଗଣେଶ ପୂଜାକୁ ନେଇ ସମସ୍ତଙ୍କ ମନରେ ବେଶ୍‌ ଉତ୍ସାହ। ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri