ବନ୍ଧୁକ,ଭୁଜାଲି ଦେଖାଇ ୨୧ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

ସୋନପୁର,୧୭।୩(ନି.ପ୍ର.): ସୁବର୍ଣ୍ଣପୁର ଜିଲା ବାଘଲପୁର-ବିଶିପଡ଼ା ରାସ୍ତାରେ ବୁଧବାର ପୂର୍ବାହ୍ନରେ ବନ୍ଧୁକ ଓ ଭୁଜାଲି ଦେଖାଇ ୬ ଦୁର୍ବୃତ୍ତ ୨୧ ଲକ୍ଷ ଲୁଟି ନେଇଛନ୍ତି। ରାଇଟର ସେଫ ଗାଡର ଏକ୍‌ଜିକ୍ୟୁଟିଭ୍‌ ଏଟିଏମଓ ସୁଧାଂଶୁ ପଧାନ ଓ ସୁନୀଲ ମହାରଣା ବ୍ୟାଙ୍କ ଅଫ ବରୋଦା ସୋନପୁର ଶାଖାରୁ ୨୧ ଲକ୍ଷ ଟଙ୍କା ଉଠାଇ ଉଲୁଣ୍ଡା ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରିବା ପାଇଁ ଯାଉଥିଲେ । ଦୁହେଁ ଦୁଇଟି ବାଇକରେ ଟଙ୍କା ବ୍ୟାଗ ଧରି ଯାଉଥିବା ସମୟରେ ଲୁଟ୍‌ର ଶିକାର ହୋଇଛନ୍ତି । ପୋଲିସ ଅଭିଯୁକ୍ତଙ୍କୁ ଧରିବା ପାଇଁ ତନାଘନା ଜାରି ରଖିଛି ।

Share