Categories: ଜାତୀୟ

ଆଜି ମଣିପୁର ଯିବେ ‘ଇଣ୍ଡିଆ’ର ୨୧ ନେତା

ନୂଆଦିଲ୍ଲୀ,୨୯।୭: ମଣିପୁର ହିଂସାକୁ ନେଇ ଶୁକ୍ରବାର ଉଭୟ ସଂସଦ (ଲୋକ ସଭା ଏବଂ ରାଜ୍ୟ ସଭା) ରେ ହଙ୍ଗାମା ଜାରି ରହିଥିଲା। ବିରୋଧୀ ଦଳଙ୍କ ଉତ୍ତେଜନା ଏବଂ ନାରାବାଜି ଯୋଗୁ ଉଭୟ ଗୃହର ପ୍ରକ୍ରିୟା ସୋମବାର (ଜୁଲାଇ ୩୧) ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଏହା ପରେ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ବିରୋଧୀ ଦଳ ଉପରେ ଘୋର ଆକ୍ରମଣ କରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦି ଆଲୋଚନା ପାଇଁ ପ୍ରସ୍ତୁତ, କିନ୍ତୁ ବିରୋଧୀ ନିଜେ ପ୍ରସ୍ତୁତ ନୁହଁନ୍ତି। ସେହିପରି ହିଂସା ସହ ଜଡିତ ମାମଲାର ତଦନ୍ତ ତ୍ୱରାନ୍ବିିତ କରିଛି ସିବିଆଇ। ଏ ସମ୍ପର୍କରେ ଅନେକ ଲୋକଙ୍କୁ ପଚରାଉଚରା କରାଯାଉଛି।

ଅନ୍ୟପଟେ, ମଣିପୁର ଉପରେ ଆକ୍ରମଣ କରୁଥିବା ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ୨୧ ନେତା ଶନିବାରଠାରୁ ଦୁଇ ଦିନିଆ ମଣିପୁର ଗସ୍ତ କରିବେ। ମେଣ୍ଟ କହିଛି ଯେ ଏହି ସମୟ ମଧ୍ୟରେ ହିଂସା ପ୍ରଭାବିତ ଅଞ୍ଚଳର ସ୍ଥିତିର ଆକଳନ କରିବା ପରେ ସେମାନେ ସମସ୍ୟାର ସମାଧାନ ବିଷୟରେ ସରକାର ଏବଂ ସଂସଦକୁ ଜଣାଇବେ।

Share