Posted inଖେଳ

ପ୍ୟାରିସ ଅଲିମ୍ପିକ୍ସକୁ ଆଉ ୨୧ ଦିନ: ଆସିଲା ଆଥ୍‌ଲେଟ ତାଲିକା, ଜାଣନ୍ତୁ କାହାକୁ ମିଳିଛି ସ୍ଥାନ…

ନୂଆଦିଲ୍ଲୀ, ୫।୭: ଚଳିତ ମାସ ୨୬ ତାରିଖରୁ ପ୍ୟାରିସରେ ଆରମ୍ଭ ହେବାକୁ ଯାଉଥିବା ଅଲିମ୍ପିକ୍ସ। ଭାରତର ୨୮ ଜଣିଆ ଆଥ୍‌ଲେଟିକ୍ସ ପ୍ରତିନିଧି ଦଳ ଏଥିରେ ଅଂଶଗ୍ରହଣ କରିବ। ଡିଫେଣ୍ଡିଂ ଚାମ୍ପିୟନ ଜାଭେଲିନ୍‌ ତାରକା ନୀରଜ ଚୋପ୍ରା ଏହି ଦଳର ନେତୃତ୍ୱ ନେବେ। ଟୋକିଓ ଗେମ୍ସ ଗୋଲ୍ଡ ମେଡାଲିଷ୍ଟ ତଥା ବର୍ତ୍ତମାନର ବିଶ୍ୱ ଚାମ୍ପିୟନ ୨୬ ବର୍ଷୀୟ ନୀରଜ ଚଳିତ ସପ୍ତାହ ଶେଷରେ ହେବାକୁ ଥିବା ଡାଇମଣ୍ଡ ଲିଗ୍‌ରେ ଭାଗ ନେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ପ୍ୟାରିସ ଗେମ୍ସ ପାଇଁ ପ୍ରସ୍ତୁତିକୁ ସେ ଗୁରୁତ୍ୱ ଦେଉଛନ୍ତି।

ଭାରତୀୟ ଦଳରେ ୧୧ ମହିଳା ଓ ୧୭ ପୁରୁଷ ଆଥ୍‌ଲେଟ ସାମିଲ। ନୀରଜଙ୍କ ବ୍ୟତୀତ ଏହି ତାଲିକାରେ ସାମିଲଥିବା ପ୍ରତିଷ୍ଠିତ ଆଥ୍‌ଲେଟଙ୍କ ମଧ୍ୟରେ ଅବିନାଶ ସାବ୍‌ଲେ, ତାଜିନ୍ଦରପାଲ ସିଂ ତୁର୍‌, ସ୍ପ୍ରିଣ୍ଟ ହର୍ଡଲର ଜ୍ୟୋତି ୟାରାଜି ଅନ୍ୟତମ। ଓଡ଼ିଶାର ପ୍ରତିଭାସମ୍ପନ୍ନ ଜାଭେଲିନ୍‌ ଥ୍ରୋୟର କିଶୋର କୁମାର ଜେନା ମଧ୍ୟ ଏହି ତାଲିକାରେ ସାମିଲ ଅଛନ୍ତି।

୪x୪୦୦ ପୁରୁଷ ରିଲେ ଦଳରେ ମହମ୍ମଦ ଆନାସ, ମହମ୍ମଦ ଅଜମଲ, ଅମୋଜ ଜ୍ୟାକବ ଓ ରାଜେଶ ରମେଶ ସ୍ଥାନ ପାଇଛନ୍ତି। ଗତ ବିଶ୍ୱ ଚାମ୍ପିୟନଶିପ୍‌ରେ ହିଟ୍‌ ଅବସରରେ ଭାରତୀୟ ଦଳ ଆମେରିକାକୁ ପଛରେ ପକାଇ ଅନେକଙ୍କୁ ବିସ୍ମିତ କରିଥିଲା। ଅଲିମ୍ପିକ୍ସର ଟ୍ରାକ୍‌ ଆଣ୍ଡ ଫିଲ୍ଡ ପ୍ରତିଯୋଗିତା ଷ୍ଟେଡ୍‌ ଡି ଫ୍ରାନ୍ସରେ ଅଗଷ୍ଟ ୧ରୁ ୧୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଅଲିମ୍ପିକ୍ସ ପ୍ରୋଗ୍ରାମରୁ ପୁରୁଷ ୫୦ କିଲୋମିଟର ରେସ୍‌ ଓ୍ବାକ୍‌କୁ ବାଦ୍‌ ଦିଆଯାଇଛି। ଏହା ସ୍ଥାନରେ ମାରାଥନ ରେସ୍‌ ଓ୍ବାକ୍‌ ମିକ୍ସଡ-ରିଲେ ଇଭେଣ୍ଟକୁ ଓ୍ବାଲର୍‌ଡ ଆଥ୍‌ଲେଟିକ୍ସ ସାମିଲ କରିଛି।

ଭାରତୀୟ ଆଥ୍‌ଲେଟିକ୍ସ ଦଳ
ପୁରୁଷ: ଅବିନାଶ ସାବ୍‌ଲେ (୩୦୦୦ ମିଟର ଷ୍ଟିପଲଚେଜ୍‌), ନୀରଜ ଚୋପ୍ରା, କିଶୋର କୁମାର ଜେନା (ଜାଭେଲିନ୍‌ ଥ୍ରୋ), ତାଜିନ୍ଦରପାଲ୍‌ ସିଂ ତୁର୍‌ (ଶଟ୍‌ ପୁଟ୍‌), ପ୍ରବୀଣ ଚିଥ୍ରାଭେଲ, ଅବୁଲା ଅବୁବାକର(ଟ୍ରିପଲ ଜମ୍ପ), ଆକାଶଦୀପ ସିଂ, ବିକାଶ ସିଂ, ପରବଜିତ ସିଂ ବିସ୍ତ (୨୦ କିଲୋମିଟର ରେସ୍‌ ଓ୍ବାକ୍‌), ମହମ୍ମଦ ଆନାସ, ମହମ୍ମଦ ଆଜମଲ, ଅମୋଜ ଜ୍ୟାକବ, ସନ୍ତୋଷ ତାମିଲାରସନ, ରାଜେଶ ରମେଶ(୪x୪୦୦ ମିଟର ରିଲେ), ମିଜୋ ଚାକୋ କୁରିଆନ(୪x୪୦୦ ମିଟର ରିଲେ), ସୂରଜ ପନଓ୍ବାର(ରେସ୍‌ ଓ୍ବାକ୍‌ ମିକ୍ସଡ ମାରାଥନ), ସର୍ବେଶ ଅନିଲ କୁଶାରେ (ହାଇ ଜମ୍ପ)।

ମହିଳା: କିରନ ପାହାଲ (୪୦୦ ମିଟର), ପାରୁଲ ଚୌଧାରୀ (୩୦୦୦ ମିଟର ଷ୍ଟିପଲଚେଜ୍‌ ଓ ୫,୦୦୦ ମିଟର), ଜ୍ୟୋତି ଆରାଜି (୧୦୦ ମିଟର ହର୍ଡଲ୍ସ), ଅନୁ ରାଣୀ (ଜାଭେଲିନ୍‌ ଥ୍ରୋ), ଆଭା ଖଟୁଆ (ଶଟ୍‌ ପୁଟ୍‌), ଜ୍ୟୋଥିକା ଶ୍ରୀ ଦଣ୍ଡି, ଶୁଭା ଭେଙ୍କଟେଶ୍‌, ଭିଥ୍ୟା ରାମରାଜ, ପୁଭମ୍ମା ଏମ୍‌.ଆର. (୪x୪୦୦ ମିଟର ରିଲେ), ପ୍ରାଚୀ (୪x୪୦୦ ମିଟର ରିଲେ), ପ୍ରିୟଙ୍କା ଗୋସ୍ବାମୀ (୨୦ କିଲୋମିଟର ରେସ୍‌ ଓ୍ବାକ୍‌/ରେସ୍‌ ଓ୍ବାକ୍‌ ମିକ୍ସଡ ମାରାଥନ)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତର ସମ୍ମାନ ରଖିଲେ ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ସମ୍ମାନ ରକ୍ଷା କରିଛନ୍ତି ରବିଚନ୍ଦ୍ରନ ଅଶ୍ୱିନ। ଭାରତ ୧୪୪ ରନ୍‌ରେ ୬ ଉଇକେଟ ହରାଇ...

୨୦ ବର୍ଷ କ୍ରିକେଟ୍‌ରୁ ବାସନ୍ଦ ହେଲେ ଏହି ଖେଳାଳି

ମେଲବୋର୍ନ, ୨୦ା୯: ଶ୍ରୀଲଙ୍କାର ପୂର୍ବତନ ଟେଷ୍ଟ କ୍ରିକେଟର ଦୁଲୀପ ସମରବୀରା ଅଷ୍ଟ୍ରେଲିଆରେ କୋଚିଂ ଦେବାରୁ ୨୦ବର୍ଷ ବାସନ୍ଦ ହୋଇଛନ୍ତି। ସେ ଭିକ୍ଟୋରିଆ ମହିଳା ଦଳର କୋଚ୍‌...

୧୪୭ ବର୍ଷ କ୍ରିକେଟ୍‌ ଇତିହାସରେ ପ୍ରଥମ ଖେଳାଳି ଭାବେ ଏମିତି ରେକର୍ଡ କଲେ ଆର୍‌. ଅଶ୍ୱିନ

ଚେନ୍ନାଇ,୨୦।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱିନ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ମ୍ୟାଚ୍‌ର ପ୍ରଥମ ଦିନରେ...

୧୧୯ ବର୍ଷ ପୂର୍ବେ କରିଥିଲେ ଡେବ୍ୟୁ, ୨୯ ବର୍ଷ ଖେଳି ହାସଲ କଲେ ୧୯୯ ଶତକ: ତାଙ୍କ ଆଖପାଖରେ ନାହାନ୍ତି ସଚିନ-କୋହଲି

ନୂଆଦିଲ୍ଲୀ,୧୯।୯: କ୍ରିକେଟରେ ଶତକ ସ୍କୋର କରିବା ଏକ ବଡ଼ ସଫଳତା। ୧୦୦ ରନ ପୂରଣ କରିବାକୁ ଜଣେ ବ୍ୟାଟ୍ସମ୍ୟାନଙ୍କୁ ଅନେକ ଘଣ୍ଟା ପାଇଁ କ୍ରିଜରେ ରହିବାକୁ...

ପଡିଆରେ ଏହି ମନ୍ତ୍ର ଜପ କରନ୍ତି ବିରାଟ କୋହଲି, ଆଉ ଗୌତମ ଗମ୍ଭୀର…

ନୂଆଦିଲ୍ଳୀ,୧୯ା୯(ପି.ଟି.): ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ସାକ୍ଷାତକାର ଅବସରରେ ଉଭୟଙ୍କ ଆଧ୍ୟାତ୍ମିକତାର ରୁଚି ସାମ୍ନାକୁ ଆସିଛି।...

ଗମ୍ଭୀର-ବିରାଟ ବିବାଦ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ

ଚେନ୍ନାଇ,୧୯ା୯(ପି.ଟି.):ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ମଧ୍ୟରେ ପଡିଆ ବାହାରେ ବିବାଦକୁ ନେଇ ସର୍ବଦା ଖବର ଦେଖିବାକୁ...

ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ: ସ୍ବୟମ୍‌ଜିତଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ୱର, ୧୯।୯ (ତପନ ସ୍ବାଇଁ): ଫିଜିର ସୁଭାରେ ଚାଲିଥିବା ରାଜ୍ୟଗୋଷ୍ଠୀ ୟୁଥ୍‌, ଜୁନିୟର ଓ ସିନିୟର ଭାରୋତ୍ତୋଳନ ଚାମ୍ପିୟନଶିପ୍‌ରେ ଓଡ଼ିଶାର ସ୍ବୟମଜିତ ପ୍ରସାଦ ସାହୁ ବୁଧବାର...

ପ୍ରଥମ ଦିବସରେ ଏକାଧିକ ମିଟ୍‌ ରେକର୍ଡ

ଭୁବନେଶ୍ୱର, ୧୯।୯ (ତପନ ସ୍ବାଇଁ): ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଓ ଓଡ଼ିଶା ଆଥଲେଟିକ୍ସ ଆସୋସିଏଶନର ମିଳିତ ଆନୁକୂଲ୍ୟରେ ୭୦ତମ ରାଜ୍ୟ ସିନିୟର ଆଥଲେଟିକ୍ସ ଚାମ୍ପିୟନଶିପ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri