ଜାହାଜରେ ନିର୍ବାସିତ ଭଳି ଦଣ୍ଡ ଭୋଗୁଛନ୍ତି ୨୧ ନାବିକ

ପାରାଦୀପ,୨୭ା୬(ଶରତ ରାଉତ)ପାରାଦୀପ ବନ୍ଦର ପିଆଇସିଟି ବର୍ଥରେ ୨୦୨୩ ନଭେମ୍ବର ୩୦ରେ ୨୨୦ କୋଟି ଟଙ୍କାର କୋକେନ୍‌ ଜବତ ହୋଇଥିଲା। ଏମ୍‌.ଭି. ଦେବୀ ନାମକ ଜାହାଜରେ ଥିବା କ୍ରେନ୍‌ କ୍ୟାବିନ ମଧ୍ୟରେ ୨୨ ପ୍ୟାକେଟ କୋକେନ୍‌ ଥିଲା। ପ୍ରଥମେ ଅପରେଟର ଦେଖି କ୍ୟାପ୍‌ଟେନକୁ ଖବର ଦେଇଥିଲେ। ପରେ ପୋଲିସ ଓ ସିଆଇଏସ୍‌ଏଫ୍‌ ଯାଇ ଯାଞ୍ଚ କରିଥିଲେ। ସେହି କୋକେନ୍‌କୁ କଷ୍ଟମ୍ସ ବିଭାଗ ଜବତ କରିଥିଲା। ଜାହାଜକୁ ୭ ମାସ ହେଲା ସମୁଦ୍ର ଆଙ୍କରେଜ ଏରିଆରେ ଅଟକ ରଖାଯାଇଛି। ହେଲେ ତଦନ୍ତ ରିପୋର୍ଟକୁ ସାର୍ବଜନୀନ କରାଯାଇନାହିଁ। ନାବିକମାନଙ୍କ ମୋବାଇଲ ଫୋନକୁ ନିଆଯାଇଛି। ଜାହାଜରେ ଇଣ୍ଟରନେଟ୍‌ କନେକ୍‌ସନ ଦିଆଯାଇନାହିଁ। ଫଳରେ ଜାହାଜରେ ଥିବା ୨୧ ଜଣ ଭିଏଟ୍‌ନାମ ନାବିକ ସମୁଦ୍ର ମଧ୍ୟରେ ନିର୍ବାସିତ ଭଳି ଦଣ୍ଡ ଭୋଗୁଛନ୍ତି।
ଉକ୍ତ ଘଟଣା ପରଠାରୁ ଏପର୍ଯ୍ୟନ୍ତ ଅନେକ ଏଜେନ୍ସି ପକ୍ଷରୁ ଯାଞ୍ଚ କରାଗଲାଣି। କୁଜଙ୍ଗ ପ୍ରଥମ ଶ୍ରେଣୀ ଅଦାଲତ ଓ ହାଇକୋର୍ଟରେ ମାମଲା ହୋଇଛି। କିନ୍ତୁ ଉକ୍ତ ଜାହାଜରେ କିଏ ଏପରି କୋକେନ୍‌ ଆଣିଥିଲା ଏବଂ ପାରାଦୀପରେ କିଏ ନେଇଥାନ୍ତା ତାହା ଜଣାପଡ଼ିନାହିଁ। ଜାହାଜ କିଛିଦିନ ପିଆଇସିଟି ବର୍ଥରେ ରହିଥିଲା। ସେଠାରେ ଜାହାଜ ରହିବା ଦ୍ୱାରା ବର୍ଥ ଭଡ଼ା ଅଧିକ ହେବାରୁ ଜାହାଜ ସମୁଦ୍ରର ଆଙ୍କରେଜ ଏରିଆରେ ରହିଛି। ସେହି ଜାହାଜ ମଧ୍ୟରେ ନାବିକମାନେ ରହିଛନ୍ତି। ନାବିକମାନଙ୍କ ଖାଇବା ଖର୍ଚ୍ଚ ଦେବୀ ଜାହାଜ ମାଲିକଙ୍କ ପକ୍ଷରୁ ଦିଆଯାଉଛି। ଏକ ଶିପିଂ କମ୍ପାନୀ (ସି ଫର୍ଟ ଶିପିଂ ଏଜେନ୍ସି ପ୍ରାଇଭେଟ ଲିମିଟେଡ଼) ଜରିଆରେ ଆନୁଷଙ୍ଗିକ ଖାଦ୍ୟ ସାମଗ୍ରୀ ଦିଆଯାଉଛି। ନାବିକମାନେ ଦୀର୍ଘ ସମୟ ଜାହାଜ ମଧ୍ୟରେ ରହିବା ଦ୍ୱାରା ସେମାନଙ୍କ ମଧ୍ୟରେ ଚିଡିଚିଡା ଭାବ ସୃଷ୍ଟି ହୋଇଥିବା ଜଣାପଡିଛି। କାରଣ ମାର୍ଚ୍ଚ ମାସରେ ଜଣେ ନାବିକ ପାଣିକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପରେ ତାଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଭଲ ହେବା ପରେ ଏବେ ସେହି ଜାହାଜ ମଧ୍ୟରେ ତାଙ୍କୁ ରଖାଯାଇଛି। ଫୋନରେ କଥା ହେବାକୁ ହେଲେ କଷ୍ଟମ୍ସ କ୍ଲିୟରାନ୍ସ ଦରକାର। କଷ୍ଟମ୍ସ ପକ୍ଷରୁ ଜବତ ପରେ କେବଳ ଥରେ ଗଣମାଧ୍ୟମକୁ ସୂଚନା ଦିଆଯାଇଥିଲା। ତା’ ପରଠାରୁ ଆଉ କୌଣସି ସୂଚନା ମିଳିନାହିଁ। ଯେଉଁ ଅଫିସର ତଦନ୍ତରେ ଥିଲେ, ସେମାନଙ୍କୁ ପଚାରିଲେ କିଛି ଉତ୍ତର ମିଳୁନାହିଁ। କେତେକ ବଦଳି ହୋଇ ଗଲେଣି କହି ଏଡ଼ାଇବା ପାଇଁ ଚେଷ୍ଟା କରୁଛନ୍ତି। ମେ’ ୧୨ ତାରିଖରେ ଜାହାଜ କିଛି ସମୟ ପାଇଁ ବର୍ଥକୁ ଆସିଥିଲା। ତା’ପରଠାରୁ ସେମିତି ସମୁଦ୍ର ଆଙ୍କରେଜ୍‌ରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରତ୍ନ ଭଣ୍ଡାର ଖୋଲିବାକୁ ନେଇ ଆସିଲା ବଡ଼ ନିଷ୍ପତ୍ତି

ପୁରୀ, ୬।୭: ପୁରୀରେ ବସିଥିବା ରତ୍ନ ଭଣ୍ଡାର ଯାଞ୍ଚ କମିଟିର ବୈଠକରେ ଆଜି ରତ୍ନଭଣ୍ଡାର ଚାବି ଉପରେ ଫୋକସ କରାଯାଇଛି । ଚାବି ମଳିବା ପରେ...

‘ଏକ ପେଡ୍‌ ମା’ କେ ନାମ୍‌’ ଅଭିଯାନରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ: ବିଧାନସଭା ପରିସରରେ ଲଗାଇଲେ ଏହି ଗଛ

ଭୁବନେଶ୍ୱର,୬।୭(ଅସମାପିକା ସାହୁ): ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ଓଡ଼ିଶା ବିଧାନସଭା ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମ ରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଓଡ଼ିଶାରେ ଜଗତଗୁରୁ ରାମଭଦ୍ରାଚାର୍ଯ୍ୟ: ୯ ଦିନ ରହିବେ ପୁରୀରେ

ଭୁବନେଶ୍ୱର,୭।୬: ଓଡ଼ିଶାରେ ପହଞ୍ଚିଛନ୍ତି ଜଗତଗୁରୁ ରାମଭଦ୍ରାଚାର୍ଯ୍ୟ। ରଥଯାତ୍ରାରେ ସେ ୯ ଦିନ ପୁରୀରେ ରହିବା ସହ ବିଭିନ୍ନ ଆଧାତ୍ମିକ କାର୍ଯ୍ୟକ୍ରମରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି।...

ଗୋଟିଏ ଦିନ ପରେ ରଥଯାତ୍ରା, ସିଂହଦ୍ୱାର ସମ୍ମୁଖରେ ଲାଗିଲା ୩ରଥ

ପୁରୀ,୬।୭: ସିଂହଦ୍ୱାର ସମ୍ମୁଖରେ ଲାଗିଛି ତିନି ରଥ। ଆଜ୍ଞାମାଳ ବିଜେ ପରେ ଶ୍ରୀଜିଉଙ୍କ ତିନି ରଥକୁ ଶ୍ରୀମନ୍ଦିର ସାମ୍ନାକୁ ଅଣାଯାଇଛି। ରବିବାର ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା।...

ସରକାରଙ୍କୁ BJDର ଟାର୍ଗେଟ୍‌, ପ୍ରମିଳା କହିଲେ ଆନ୍ଦୋଳନ କରିବୁ

ଭୁବନେଶ଼୍ବର, ୦୬।୦୭: ନିର୍ବାଚନ ସମୟରେ ଓଡ଼ିଶାବାସୀଙ୍କୁ ଭାରତୀୟ ଜନତା ପାର୍ଟି ଦେଇଥିବା ପ୍ରତିଶ୍ରୁତିକୁ ନେଇ ବିଜୁ ଜନତା ଦଳର ନେତ୍ରୀ ତଥା ବିରୋଧୀ ଦଳ ମୁଖ୍ୟସଚେତକ...

ଗାନ୍ଧୀଛକରେ ବିକ୍ଷୋଭ: ରାହୁଲଙ୍କ ବିରୋଧରେ ଥାନାରେ ଏତଲା

ରୂପସା, ୬।୭(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ବସ୍ତା ବ୍ଲକ ଦେବସେନା ପକ୍ଷରୁ ସ୍ଥାନୀୟ ଗାନ୍ଧୀଛକ ନିକଟରେ ଶନିବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କଂଗ୍ରେସ ଏମ୍‌ପି...

ଘରକୁ ପଶିଗଲା ଟ୍ରକ୍‌: ଚାଲିଗଲା ବୃଦ୍ଧାଙ୍କ ଜୀବନ

ରାଇରଙ୍ଗପୁର,୬।୭: ମୟୁରଭଞ୍ଜ ଜିଲା ରାଇରଙ୍ଗପୁରରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଦ୍ରୁତଗତିରେ ଆସୁଥିବା ଏକ ଟକ୍ର ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଘର ଭିତରକୁ...

ବିପୁଳ ନିଶା ସାମଗ୍ରୀ ଜବତ, ଜଣେ ଗିରଫ

ବରଗଡ଼,୬।୭(ପ୍ରେମାନନ୍ଦ ଖମାରୀ): ବରଗଡ ଜିଲାର ଏକ ଘର ଭିତରୁ ୫୦୦ ବୋତଲ କଫସିରପ ଜବତ ହୋଇଛି। କେଶବ ନଗର ଘରେ ଟାଉନ ଥାନା ପୋଲିସର ଅତର୍କିତ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri