Categories: ଜାତୀୟ

୨୧ ଟିଡିପି ବିଧାୟକ ଗୃହବନ୍ଦୀ

ହାଇଦ୍ରାବାଦ,୧୨ା୯: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ଅଧ୍ୟକ୍ଷ ଏନ୍‌. ଚନ୍ଦ୍ରାବାବୁ ନାଇଡୁଙ୍କୁ ଦୁର୍ନୀତି ମାମଲାରେ ସିଆଇଡି ଗିରଫ କରିବା ପରେ ଦଳର ସମସ୍ତ ୨୧ବିଧାୟକଙ୍କୁ ଗୃହବନ୍ଦୀ ରଖାଯାଇଛି। ଆନ୍ଧ୍ରର ବିଭିନ୍ନ ସହରରେ ଥିବା ସେମାନଙ୍କ ଘର ବାହାରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ଚନ୍ଦ୍ରାବାବୁଙ୍କ ଗିରଫଦାରି ପ୍ରତିବାଦରେ ଟିଡିପି ପକ୍ଷରୁ ସୋମବାର ରାଜ୍ୟବ୍ୟାପୀ ବନ୍ଦ ଡାକରା ଦିଆଯାଇଥିବାବେଳେ ସହରଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ ଲୋକେ ଏକାଠି ନ ହେବା ଲାଗି ୧୪୪ ଧାରା ଜାରି ହୋଇଛି। ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉକରି ବହୁସଂଖ୍ୟାରେ ଟିଡିପି ନେତାଙ୍କୁ ଅଟକ ରଖିଛି। ବହୁକୋଟି ଟଙ୍କା ଆନ୍ଧ୍ରପ୍ରଦେଶ ରାଜ୍ୟ ଦକ୍ଷତା ବିକାଶ ନିଗମ ଦୁର୍ନୀତି ମାମଲାରେ ସମ୍ପୃକ୍ତ ଚନ୍ଦ୍ରାବାବୁଙ୍କୁ ଶନିବାର ଗିରଫ କରାଯାଇଥିଲା। ତାଙ୍କୁ ୧୪ ଦିନ ପାଇଁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

Share