Categories: ବାଣିଜ୍ୟ

୨୧ ମୋ ସ୍କୁଲର ବିକାଶ କରିବ ବେଦାନ୍ତ ଲାଞ୍ଜିଗଡ଼

ଭୁବନେଶ୍ୱର,୩।୭: ଦେଶର ପ୍ରମୁଖ ଶିଳ୍ପ ସଂସ୍ଥା ତଥା ଭାରତର ଅଗ୍ରଣୀ ମେଟାଲର୍ଜିକାଲ ଗ୍ରେଡ ଆଲୁମିନା ଉତ୍ପାଦନକାରୀ ବେଦାନ୍ତ ଲାଞ୍ଜିଗଡ଼ ଏବଂ କଳାହାଣ୍ଡି ଜିଲା ପ୍ରଶାସନ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ହୋଇଥିବା ଜଣାପଡିଛି। ଏପରିକି ଓଡ଼ିଶା ସରକାରଙ୍କ ଦ୍ୱାରା ପରିଚାଳିତ ମୋ ସ୍କୁଲର ଅଂଶ ବିଶେଷ (ମୋ ସ୍କୁଲ ଅଭିଯାନ) ଅନୁସାରେ କଳାହାଣ୍ଡି ଜିଲାର ୨୧ଟି ମୋ ସ୍କୁଲର ବିକାଶ ପାଇଁ ଉଭୟ କଳାହାଣ୍ଡି ଜିଲା ପ୍ରଶାସନ ଓ ବେଦାନ୍ତ ଲାଞ୍ଜିଗଡ଼ ମଧ୍ୟରେ ଏକ ବୁଝାମଣା ପତ୍ର (ଏମଓୟୁ) ସ୍ବାକ୍ଷର ହୋଇଯାଇଛି। ଏ ସମ୍ପର୍କରେ ଜିଲା ମୁଖ୍ୟ ବିକାଶ ଅଧିକାରୀ ପାୱାର ସଚିନ ପ୍ରକାଶ କହିଛନ୍ତି, ମୋ ସ୍କୁଲ ଅଭିଯାନର ଏଭଳି ଏକ ସୁନ୍ଦର ପଦକ୍ଷେପ ପାଇଁ ବେଦାନ୍ତ ଜିଲା ପ୍ରଶାସନ ସହିତ ସହଭାଗୀ ହୋଇଥିବାରୁ ଆମେ ବେଶ୍‌ ଉତ୍ସାହିତ ଅଛୁ। ବିଶେଷ କରି ବେଦାନ୍ତ ଜିଲାର ୨୧ଟି ସ୍କୁଲର ନବୀକରଣ କାର୍ଯ୍ୟ କରିବ। ଏପରିକି ଆମେ ଆଶା କରୁଛୁ ଏହାଦ୍ୱାରା ଛୋଟ ଛୋଟ ପିଲାମାନେ ବହୁ ଉପକୃତ ହେବେ। ବେଦାନ୍ତର ଏଭଳି ଏକ ମହତ କାର୍ଯ୍ୟକୁ ମୁଁ ପୂର୍ଣ୍ଣ ସମର୍ଥନ କରୁଛି। ସେହିଭଳି ବେଦାନ୍ତ ଲିମିଟେଡର ସିଇଓ (ଆଲୁମିନା ବିଜ୍‌ନେସ) ଜି.ଜି.ପାଲ କହିଛନ୍ତି, ମୋ ସ୍କୁଲ କାର୍ଯ୍ୟକ୍ରମ ପାଇଁ ଆମେ ଓଡ଼ିଶା ସରକାରଙ୍କ ସହିତ ଭାଗୀଦାରି ହୋଇ ବେଶ୍‌ ଆନନ୍ଦିତ। କମ୍ପାନୀର ଏଭଳି ଏକ ମହତ ପଦକ୍ଷେପ ଶିକ୍ଷାକୁ ସଶକ୍ତ କରିବ। ଫଳରେ ସରକାରଙ୍କ ସହିତ ମିଳିତ ହୋଇ ଆମେ ଏହି ବିକାଶ କାର୍ଯ୍ୟରେ ସାମିଲ ହେବା ସହିତ ୨୧ଟି ବିଦ୍ୟାଳୟର ଉନ୍ନତିକୁ ନିଶ୍ଚିତ କରିବୁ।

Share