କେନ୍ଦୁଝର,୨୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ଥାନା ଗୋହାଲଡିହି ରେଲଓ୍ବେ ସାଇଡିଂ କଲ୍ୟାଣ ପରିଷଦ ପକ୍ଷରୁ ଆସନ୍ତାକାଲି ସାଇଡିଂକୁ ଲୁହାପଥର ପରିବହନ କାର୍ଯ୍ୟ ବନ୍ଦ କରି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗଣଧାରଣା ଦେବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଏନେଇ ପରିଷଦ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି ା ଦୀର୍ଘ ଦିନ ଧରି ଗୋହାଲ ରେଲଓ୍ବେ ସାଇଡିଂରେ ସ୍ଥାନୀୟ କ୍ଷତିଗ୍ରସ୍ତ ଲୋକଙ୍କୁ ନ୍ୟାୟ ମିଳୁ ନ ଥିବାରୁ ଦୀର୍ଘବର୍ଷ ହେଲା ଆନ୍ଦୋଳନ କରି ଆସୁଛନ୍ତି। ଏପରିକି ଓଡିଶା ମାନବାଧିକାର କମିଶନଙ୍କ ନିର୍ଦ୍ଦେଶକୁ ମାନୁ ନ ଥିବା ପ୍ରତିବାଦରେ ଏହି ଆନ୍ଦୋଳନ କରିବେ ବୋଲି ସୂଚନା ଦେଇଛନ୍ତି ା ସମ୍ବିଧାନର ୫ମ ଅନୁଚ୍ଛେଦରେ ଥିବା ବ୍ୟବସ୍ଥାକୁ ଅଣଦେଖା କରି ଜମିହରା କ୍ଷତିଗ୍ରସ୍ତ ପ୍ରଜାଙ୍କୁ ଜାଣିଶୁଣି ହଇରାଣ ହରକତ କରାଯାଉଥିବା, ଶୋଷଣ ଓ ଅତ୍ୟାଚାର କରାଯାଉଥିବା ପ୍ରତିବାଦରେ ଏଭଳି ଆନ୍ଦୋଳନ କରି ଗୁରୁବାର ସକାଳ ୮ଟାରୁ ଖଣିଜପଦାର୍ଥ ପରିବହନ ବନ୍ଦ କରିବା ସହ ଗଣଧାରଣା ଦେବେ ବୋଲି ନିଷ୍ପତ୍ତି ନେଇଥିବା ସଂଗଠନର ସଂପାଦକ ଟୁବୁଲୁ ମାଝି ଓ ସଭାପତି ନବଘନ ମାଝି ଜଣାଇଛନ୍ତି।