କାନାଡ଼ାରେ ଭାରତୀୟ ଛାତ୍ରଙ୍କୁ ଗୁଳିକରି ହତ୍ୟା

ନୂଆଦିଲ୍ଲୀ,୯।୪: କାନାଡ଼ାର ଟରଣ୍ଟୋସ୍ଥିତ ମେଟ୍ରୋ ରେଳଷ୍ଟେଶନର ପ୍ରବେଶ ପଥରେ ଜଣେ ଭାରତୀୟ ଛାତ୍ରଙ୍କୁ ଗୁଳିକରି ହତ୍ୟା କରାଯାଇଛି। ମୃତକ କାର୍ତ୍ତିକ ବାସୁଦେବ ବୋଲି ପୋଲିସ ସ୍ପଷ୍ଟ କରିଛି। ଟରଣ୍ଟୋ ପୋଲିସ ଘଟଣାର ତଦନ୍ତ ଚଳାଇଛି। ଅପରାଧୀ ଜଣକ କୃଷ୍ଣକାୟ ବୋଲି ପୋଲିସ ଚିହ୍ନଟ କରିଛି।

କାର୍ତ୍ତିକଙ୍କ ମୃତ୍ୟୁ ଖବର ପାଇ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ ଟୁଇଟ୍‌ କରି ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି। କାର୍ତ୍ତିକ ଟରଣ୍ଟୋରେ ମାର୍କେଟିଂ ମ୍ୟାନେଜମେଣ୍ଟରେ ଅଧ୍ୟୟନ କରୁଥିଲେ। ସେ ଗତ ଜାନୁୟାରୀରେ ଭାରତରୁ କାନାଡ଼ା ଯାଇଥିଲେ।

Share