Categories: ଜାତୀୟ

୬ ବର୍ଷର ବାଳିକାଙ୍କୁ ବଳାତ୍କାର କଲେ ୨୧ ବର୍ଷର ଯୁବକ: ଧରିଲା ପୋଲିସ

ଡିଣ୍ଡୋରି,୭ା୧୦:ମଧ୍ୟପ୍ରଦେଶର ଡିଣ୍ଡୋରି ଜିଲାରେ ୬ ବର୍ଷର ବାଳିକାଙ୍କୁ ବଳାତ୍କାର କରାଯାଇଛି। ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ଜବଲପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ୨୧ ବର୍ଷୀୟ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ପୀଡ଼ିତା ଜଣକ ତାଙ୍କ ଅଜାଘରେ ଥିବାବେଳେ ପାଖ ଘରେ ରହୁଥିବା ଯୁବକ ଜଣକ ରବିବାର ତାଙ୍କୁ ବଳାତ୍କାର କରିଥିଲେ। ଶାହପୁର ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ପୀଡ଼ିତାଙ୍କୁ ଆହତ ଅବସ୍ଥାରେ ଦେଖି ଜଣେ ପଡୋଶୀ ତାଙ୍କ ଆଈଙ୍କୁ ଜଣାଇବା ପରେ ସେ ଥାନାରେ ଅଭିଯୋଗ କରିଥିଲେ।

Share