Categories: ଜାତୀୟ

ନିଟ୍‌ରେ କମ୍‌ ନମ୍ବର ରହିବା ଯୋଗୁ ଛାତ୍ର କଲେ ଆତ୍ମହତ୍ୟା, ୬ମାସ ମଧ୍ୟରେ କଲେଣି ୧୨ଜଣ ଆତ୍ମହତ୍ୟା

ପାଟନା,୧୭।୬: ଆତ୍ମହତ୍ୟା ସବୁ ଜିନିଷର ଶେଷ ହୋଇ ନ ଥାଏ। ବର୍ତ୍ତମାନର ଯୁବପିଢଙ୍କେ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ବଢୁଥିବାର ଦେଖିବାକୁ ମିଳୁଛି। ଏକ ଗବେଷଣା ଅନୁଯାୟୀ ବିଶ୍ୱର ସମୁଦାୟ ଆତ୍ମହତ୍ୟା ମଧ୍ୟରୁ ୩୩ ପ୍ରତିଶତ କେବଳ ଭାରତରେ ଘଟୁଛି। ପାରିବାରିକ କଳହ ହେଉ କି, ପ୍ରେମ ପ୍ରତାରଣା କିମ୍ବା ପରୀକ୍ଷାରେ ବିଫଳ ଇତ୍ୟାଦି କାରଣ ପାଇଁ ଯୁବପିଢି ଆତ୍ମହତ୍ୟା କରୁଥିବାର ଦେଖିବାକୁ ମିଳିଛି।

ଏପରି ଏକ ଘଟଣା ଦେଖିବାକୁ ମିଳିଛି ବିହାରରେ। ବିହାରର ଜଣେ ୨୧ବର୍ଷିୟ ମେଡିକାଲ ଛାତ୍ର କ୍ରମାଗତ ଭାବେ ଦୁଇଥର ପ୍ରୟାସ କରି ନିଟ୍‌ ୟୁଜିରେ ଭଲ ନମ୍ବର ପ ରଖିବାରୁ ଆତ୍ମହତ୍ୟା କରିଛନ୍ତି। ୨୧ବର୍ଷିୟ ରୋଶନ ୭୦୦ମାର୍କରୁ ୪୦୦ମାର୍କ ରଖିଥିଲେ। ସେ ଦୁଇବର୍ଷ ଧରି ଏଥିପାଇଁ ପ୍ରସ୍ତୁତ ହେଉଥିଲେ। କିନ୍ତୁ ଶୁକ୍ରବାର ତାଙ୍କ କୋଠରୀରେ ତାଙ୍କ ଝୁଲନ୍ତା ମୃତଦେହ ମିଳିଛି।

Share