ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କୁ ଚପଲରେ ମାଡ଼ ମାରି ଘରୁ ବାହାର କରିଦେଇଥିଲେ ମା’

ସୁପରହିଟ୍‌ ଫିଲ୍ମ ‘କହୋ ନା ପ୍ୟାର ହୈ’ ରୁ ବଲିଉଡ୍‌ରେ ଡେବ୍ୟ କରିଥିଲେ ଅଭିନେତା ହ୍ରିତିକ୍‌ ରୋଶନ ଏବଂ ଅଭିନେତ୍ରୀ ଅମିଷା ପଟେଲ। ମାତ୍ର ଏବେ ଅମିଷାଙ୍କ କ୍ୟାରିୟାର ଶେଷ ହୋଇଯାଇଥିବା ପରି ମନେ ହେଉଥିବା ବେଳେ ହ୍ରିତିକ୍‌ କିନ୍ତୁ ଷ୍ଟାର ହୋଇଯାଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଅମିଷା ଛୋଟ-ବଡ଼ ୪୦ଟି ଫିଲ୍ମରେ କାମ କରିସାରିଛନ୍ତି। ମାତ୍ର ଏବେ ତାଙ୍କୁ ସ୍କୁଲର ବାର୍ଷିକ ଉତ୍ସବ, ଖେଳ ପୁରସ୍କାର ବିତରଣ ସମାରୋହ ଏବଂ ବିଗ୍‌ ବସ୍‌ ଘରେ ଦେଖିବାକୁ ମିଳୁଛି। କେବଳ ସେତିକି ନୁହେଁ, ଅମିଷା ଫିଲ୍ମ ପାଇବା ଏବଂ ଲାଇମ୍‌ଲାଇଟ୍‌ରେ ରହିବା ପାଇଁ ବୋଲ୍ଡ ଫଟୋସୁଟ୍‌ ମଧ୍ୟ କରିସାରିଛନ୍ତି। ଗୁଜୁରାଟୀ ପରିବାରରେ ଜନ୍ମଗ୍ରହଣ କରିଥିବା ଅମିଷାଙ୍କ ଦ୍ୱିତୀୟ ଫିଲ୍ମ ‘ଗଦ୍ଦର’ ସୁପରହିଟ୍‌ ହୋଇଥିଲା। ଏହି ଫିଲ୍ମ ପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ରୂପେ ଫିଲ୍ମଫେୟାର ପୁରସ୍କାର ପାଇଁ ମନୋନୀତ ମଧ୍ୟ କରାଯାଇଥିଲା। ୨୦୦୨ରେ ଅମିଷା ବବି ଦେଓଲଙ୍କ ସହ ‘ହମ୍‌ରାଜ’ରେ କାମ କଲେ। ଏହା ମଧ୍ୟ ସୁପରହିଟ୍‌ ହେଲା। ଲଗାତାର ୩ଟି ସୁପରହିଟ୍‌ ଫିଲ୍ମ ଦେବା ପରେ ମଧ୍ୟ ଅମିଷାଙ୍କ କ୍ୟାରିୟର ସେତେଟା ସଫଳ ହେଲା ନାହିଁ।
ଅମିଷାଙ୍କ ବ୍ୟକ୍ତିଗତ ଜୀବନୀ ବିଷୟରେ କହିଲେ, ମା’ବାପାଙ୍କ ସହ ତାଙ୍କର ଆଦୌ ହେଲେ ପଡେ ନାହିଁ। ସମ୍ପତ୍ତିକୁ ନେଇ ଅନେକ ଦିନ ହେବ ସେମାନଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ତାଙ୍କ ମା’ ଚପଲରେ ମାଡ ମାରି ତାଙ୍କୁ ଘରୁ ବାହାର କରିଦେଇଥିଲେ ବୋଲି ଏକଦା ସେ ଗଣମାଧ୍ୟମ ଆଗରେ ମଧ୍ୟ କହିଥିଲେ। ବାପା ତାଙ୍କଠାରୁ ୧୨ କୋଟି ଟଙ୍କା ହଡ଼ପ କରିଥିବା ନେଇ ସେ ଅଭିଯୋଗ ଆଣିଥିଲେ।

Share