କଟକ, ଭୁବନେଶ୍ୱରର ୨୧୦ ପୋଲିସ କରୋନା ସଂକ୍ରମିତ

ଭୁବନେଶ୍ୱର,୧୫।୫(ବ୍ୟୁରୋ): ରାଜ୍ୟରେ ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଉପରେ ରହୁଛି। ସବୁଠୁ ବଡ଼ କଥା ହେଲା ଟୁଇନ୍‌ ସିଟି ଅର୍ଥାତ୍‌ କଟକ ଓ ଭୁବନେଶର ପୋଲିସ ଶିବିରରେ ମଧ୍ୟ କରୋନା ପ୍ରବେଶ କରିଛି। କମିଶନରେଟ୍‌ ପୋଲିସର ୨୧୦ରୁ ଅଧିକ କରୋନା ସଂକ୍ରମିତ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ୨୧୦ରୁ ଅଧିକ ପୋଲିସ ସଂକ୍ରମିତ ହୋଇଥିବା ବେଳେ ୬୩ ଜଣ ସୁସ୍ଥ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରୁ ୧୪ ଜଣ ଅଫିସର ର଼୍ୟାଙ୍କର କର୍ମଚାରୀ ଥିବା ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି।

ଏହି ସମସ୍ତ କର୍ମଚାରୀ ସେମାନଙ୍କ କର୍ତ୍ତବ୍ୟ ସମ୍ପାଦନ କରୁଥିବା ବେଳେ କରୋନାରେ ସଂକ୍ରମିତ ହୋଇଛନ୍ତି। ସେହିପରି ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୭୧ ଜଣ ଅଗ୍ନିଶମ କର୍ମଚାରୀ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି।

Share