Categories: ଜାତୀୟ

ରାମ ମନ୍ଦିର ନିର୍ମାଣ ପାଇଁ ୨,୧୦୦ କୋଟି ଦାନ ସଂଗ୍ରହ

ଅଯୋଧ୍ୟା,୨୮।୨: ରାମ ମନ୍ଦିର ନିର୍ମାଣ ପାଇଁ ଲୋକଙ୍କଠାରୁ ୨,୧୦୦ କୋଟି ଟଙ୍କାର ଦାନ ଇତିମଧ୍ୟରେ ସଂଗ୍ରହ କରାଯାଇଛି। ଏନେଇ ଟ୍ରଷ୍ଟ୍‌ ପକ୍ଷରୁ ସୂଚନା ଦିଆଯାଇଛି। ୪୪ ଦିନିଆ ଦାନ ସଂଗ୍ରହ ଅଭିଯାନ ଶନିବାର ଶେଷ ହୋଇଛି। ଜାନୁୟାରୀ ୧୫ରେ ଅଭିଯାନ ଆରମ୍ଭ ପୂର୍ବରୁ ୧,୧୦୦ କୋଟି ଟଙ୍କା ସଂଗ୍ରହ ହେବ ବୋଲି ଟ୍ରଷ୍ଟ ପକ୍ଷରୁ ଅନୁମାନ କରାଯାଇଥିଲା। ତେବେ ଧାର୍ଯ୍ୟ ସମୟ ମଧ୍ୟରେ ୧,୦୦୦ କୋଟି ଟଙ୍କା ଅଧିକ ସଂଗ୍ରହ ହୋଇ ପାରିଛି।

Share