Categories: ଫୁରସତ

ଏହି ମନ୍ଦିରରେ ରକ୍ଷାବନ୍ଧନ ଉପଲକ୍ଷେ ଭୋଗ ହୁଏ ୨୧ ହଜାର ଲଡୁ

ଉଜୈନରେ ଥିବା ବିଶ୍ୱ ପ୍ରସିଦ୍ଧ ଜ୍ୟୋତିର୍ଲିଙ୍ଗ ମହାକାଳେଶ୍ୱରଙ୍କ ମନ୍ଦିରରେ ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଛି। ରବିବାର ସକାଳୁ ବାବାଙ୍କ ଆରତି ପରେ ପୂଜାରୀମାନେ ମହାକାଳଙ୍କୁ ରାଖୀ ଅର୍ପଣ କରିଥାନ୍ତି। ଏହା ପରେ ଯାଇ ଆଖପାଖରେ ଥିବା ଅନ୍ୟ ମନ୍ଦିରରେ ରକ୍ଷାବନ୍ଧନ ପର୍ବ ପାଳନ କରାଯାଏ। ଏହି ମନ୍ଦିରର ଖାସ୍‌ କଥା ହେଲା ମହାକାଳଙ୍କ ପାଖରେ ପ୍ରତିବର୍ଷ ୨୧ ହଜାର ଲଡୁ ଭୋଗ ଲାଗିହୁଏ। ଚଳିତବର୍ଷ ମଧ୍ୟ ୨୧ ହଜାର ଲଡୁ ବାବାଙ୍କ ନିକଟରେ ଭୋଗ ଲାଗିଛି। ସବୁ ପର୍ବର ଆରମ୍ଭରେ ମହାକାଳଙ୍କ ପାଖରେ ପ୍ରଥମେ ଭୋଗ ଲାଗେ। ପୂଜାରୀ ପରିବାରର ମହିଳାମାନେ ପ୍ରଭୁଙ୍କ ହାତରେ ରାଖୀ ବାନ୍ଧନ୍ତି।

ସକାଳୁ ମନ୍ଦିରର ପହଡ଼ ଖୋଲିବା ପରେ ପୂଜାରୀ ପରିବାରର ମହିଳାମାନେ ବାବାଙ୍କୁ ଦର୍ଶନଲାଭ କରିଥିଲେ। ପୂଜାର୍ଚ୍ଚନା କରି ମହାକାଳଙ୍କ ହାତରେ ରାଖୀ ବାନ୍ଧିଥିଲେ।

Share