ଗୋପ ପରିବା ବଜାର ମେଳଣ ପଡ଼ିଆକୁ ସ୍ଥାନାନ୍ତର

ଗୋପ,୩୧।୩(ଡି.ଏନ୍‌.ଏ.): ସାରା ବିଶ୍ୱରେ ଏବେ କରୋନାକୁ ନେଇ ଆତଙ୍କ ଲାଗି ରହିଛି। ଏ ନେଇ ରାଜ୍ୟ ସରକାର ଲୋକଙ୍କୁ ଘରେ ରହିବା ସହ ସାମାଜିକ ଦୂରତା ପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କରୁଛନ୍ତି। ମାତ୍ର ପୁରୀ ଜିଲା ଗୋପ ଥାନା ଅଞ୍ଚଳରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି। ବ୍ଲକ ପ୍ରଶାସନ ପକ୍ଷରୁ ଗୋପ ପରିବା ବଜାରକୁ ମେଳଣ ପଡ଼ିଆକୁ ସ୍ଥାନାନ୍ତର କରାଯାଇ ଥିଲେ ମଧ୍ୟ ବ୍ୟବସାୟୀମାନେ ସେଠାକୁ ଯାଇ ନ ଥିଲେ। ଏଣୁ ମଙ୍ଗଳବାର ସକାଳେ ନିମାପଡ଼ା ବିଧାୟକ ତଥା ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଗୋପ ବଜାରରେ ପହଞ୍ଚି ବ୍ୟବସାୟୀଙ୍କୁ ବୁଝାଇବା ପରେ ପରିବା ବଜାର ମେଳଣ ପଡ଼ିଆକୁ ସ୍ଥାନାନ୍ତରିତ ହୋଇଥିବା ଦେଖିବାକୁ ମିଳିଛି।

Share