Categories: ଖେଳ

ମୁମ୍ବାଇ ଆଗରେ ୨୧୫ ରନ୍‌ର ବିଜୟ ଟାର୍ଗେଟ୍‌

ମୁମ୍ବାଇ,୨୨।୪: ମୁମ୍ବାଇସ୍ଥିତ ଓ୍ବାଙ୍ଖଡେ ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ଆଇପିଏଲ୍‌ର ୩୧ତମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଫଳରେ ଆମନ୍ତ୍ରଣ ପାଇ ପଞ୍ଜାବ କିଙ୍ଗ୍ସ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ଉଇକେଟ ହରାଇ ୨୧୪ ରନ୍‌ କରିଛି। ଫଳରେ ମୁମ୍ବାଇ ଆଗରେ ୨୧୫ ରନ୍‌ର ବିଶାଳ ବିଜୟ ଟାର୍ଗେଟ ରଖିଛି ପଞ୍ଜାବ।

ପଞ୍ଜାବର ଦୁଇ ଓପ୍‌ନର ମାଥ୍ୟୁ ସର୍ଟ ଏବଂ ପ୍ରଭାସୀମନ୍‌ ସିଂ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲେ। ହେଲେ ଦଳକୁ ପ୍ରାରମ୍ଭିକ ଝଟ୍‌କା ଲାଗିଥିଲା। ଦଳୀୟ ସ୍କୋର ୧୮ ରନ୍‌ରେ ମାଥ୍ୟୁ ସର୍ଟ ୧୧ ରନ୍‌ କରି ଆଉଟ୍‌ ହୋଇଯାଇଥିଲେ। ପରେ ପ୍ରଭାସୀମନ୍‌ ଏବଂ ଅଟାର୍ଭା ଟାଇଡ୍‌ କିଛି ସମୟ ପାଇଁ ଦଳକୁ ଆଗକୁ ନେଇଥିଲେ। ପ୍ରଭାସୀମନ୍‌ ୨୬ ରନ୍‌ କରିଥିବା ବେଳେ ଅଟାର୍ଭା ୨୯ ରନ୍‌ କରିଥିଲେ। ଲିଆମ୍‌ ଲିଭିଙ୍ଗ୍‌ଷ୍ଟୋନ ୧୦ ରନ୍‌ କରି ଆଉଟ୍‌ ହୋଇଥିଲେ। ଏଭଳି ସ୍ଥିତିରେ ହରପ୍ରୀତ ସିଂ ଭାଟିଆ ଏବଂ ଅଧିନାୟକ ସାମ୍‌ କୁରାନ ଧୈର୍ଯ୍ୟର ସହ ବ୍ୟାଟିଂକରି ଦଳକୁ ମଜଭୁତ ସ୍ଥିତିକୁ ଆଣିଥିଲେ। ହରପ୍ରୀତ ସିଂ ୨୮ ବଲ୍‌ରେ ୪୧ ରନ୍‌ (୪ ଚୌକା ଏବଂ ୨ ଛକ୍କା)ର ପ୍ରଭାବୀ ବ୍ୟାଟିଂ କରିଥିଲେ। ସେହିପରି ଅଧିନାୟକ ସାମ୍‌ କୁରାନ ୨୯ ବଲ୍‌(୫ ଚୌକା ଏବଂ ୪ ଛକା)ରେ ୫୫ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ଶେଷବେଳକୁ ଜିତେଶ ଶର୍ମା ୭ ବଲ୍‌ରେ ବିସ୍ଫୋରକ ୨୭(୪ ଛକା)ରନ୍‌ କରିଥିଲେ। ଫଳରେ ପଞ୍ଜାବ ୨୧୪ ରନ୍‌ କରିବାରେ ସକ୍ଷମ ହୋଇଥିଲା। ମୁମ୍ବାଇର କାମେରନ୍‌ ଗ୍ରୀନ ଏବଂ ପୀୟୂଷ ଚାୱଲା ୨ଟି ଲେଖାଏ ଉଇକେଟ ନେଇଥିବା ବେଳେ ଅର୍ଜୁନ ତେନ୍ଦୁଲକର, ଜେସନ ବେହେରେଣ୍ଡଫ୍‌ ଏବଂ ଜୋଫ୍ରା ଗୋଟିଏ ଲେଖାଏ ଉଇକେଟ ନେବାରେ ସକ୍ଷମ ହୋଇଥିଲେ।

Share