ଆଜି ରାଜଧାନୀରୁ ୨୧୬ କରୋନା ପଜିଟିଭ୍‌ ଚିହ୍ନଟ, ସୁସ୍ଥ ହେଲେ ୩୦୭

ଭୁବନେଶ୍ୱର,୧୭ା୧୦(ବ୍ୟୁରୋ): ଶନିବାର ରାଜଧାନୀରୁ ଆଉ ୨୧୬ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୫୫ ଜଣ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୧୬୧ ସ୍ଥାନୀୟ ସଂକ୍ରମିତ ବୋଲି ଟୁଇଟ୍‌ କରି ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)। ସେହିପରି ଆଜି ରାଜଧାନୀରୁ ଆଉ ୩୦୭ ଜଣ ସୁସ୍ଥ ହୋଇଛନ୍ତି।

ସୂଚନାଯୋଗ୍ୟ, ରାଜଧାନୀରୁ ବର୍ତ୍ତମାନ ସୁଦ୍ଧା ୨୬,୯୫୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୩,୮୩୦ ଜଣ ସୁସ୍ଥ ହୋଇଛନ୍ତି। ୩୦୧୧ ଜଣ ଚିକିତ୍ସିତ ହେଉଛନ୍ତି। ୧୩୩ ଜଣଙ୍କ ମୃତ୍ୟୁ ଘଟିଛି।

Share