Categories: ଜାତୀୟ

ପାକ୍‌ ଭିଜା ଥିବା ୨୧୮ କଶ୍ମୀର ଯୁବକ ନିଖୋଜ

ନୂଆଦିଲ୍ଲୀ, ୨୭ା୬: ଜମ୍ମୁ-କଶ୍ମୀରର ୨୧୮ ଯୁବକଙ୍କ ପତ୍ତା ମିଳୁନି। ୨୦୧୭ ଜାନୁୟାରୀରୁ ପାକିସ୍ତାନ ହାଇକମିଶନ ପକ୍ଷରୁ ଜମ୍ମୁ-କଶ୍ମୀରର ୩୯୯ ଯୁବକଙ୍କୁ ଭିଜା ପ୍ରଦାନ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୨୧୮ ଯୁବକଙ୍କ ଖୋଜ ଖବର ମିଳୁ ନ ଥିବାରୁ ମନ୍ଦ ଉଦ୍ଦେଶ୍ୟରେ ସେମାନଙ୍କୁ ପାକିସ୍ତାନ ବ୍ୟବହାର କରିପାରେ ବୋଲି ସନ୍ଦେହ ସୃଷ୍ଟିହୋଇଛି। ସେମାନଙ୍କୁ ପ୍ରଶିକ୍ଷଣ ଦେଇ ଜମ୍ମୁ-କଶ୍ମୀରରେ ଷଡ଼ଯନ୍ତ୍ର ରଚିପାରେ ବୋଲି ଆଶଙ୍କା କରାଯାଉଛି। ଗୋଇନ୍ଦା ବିଭାଗ ପକ୍ଷରୁ ଏନେଇ ସତର୍କ କରାଯାଇଛି। ଜମ୍ମୁ-କଶ୍ମୀର ଯୁବକଙ୍କୁ ପାକିସ୍ତାନ ଟାର୍ଗେଟ କରି ସେମାନଙ୍କୁ ପ୍ରଶିକ୍ଷଣ, ଅସ୍ତ୍ରଶସ୍ତ୍ର ଯୋଗାଇ ୨୦୧୯ ଫେବୃୟାରୀରେ ହୋଇଥିବା ପୁଲ୍‌ଓ୍ବାମା ଆକ୍ରମଣ ଭଳି କାର୍ଯ୍ୟରେ ବ୍ୟବହାର କରିପାରେ ବୋଲି ସନ୍ଦେହ କରାଯାଉଛି। ଗତ ଏପ୍ରିଲ ୫ରେ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଥିବା ୫ ଆତଙ୍କବାଦୀଙ୍କ ମଧ୍ୟରୁ ୩ ଜମ୍ମୁ-କଶ୍ମୀରର ଥିଲେ।

Share