ନୂଆଦିଲ୍ଲୀ,୨୨ ।୧୨: ବିଶ୍ୱର ଅଧିକାଂଶ ଦେଶରେ ଓମିକ୍ରନ୍ ସଂକ୍ରମଣ ଦେଖା ଦେଇଥିବା ବେଳେ ଭାରତ ବି ଏଥିରୁ ବାଦ୍ ଯାଇନାହିଁ । ଦେଶରେ ୫ ଦିନ ମଧ୍ୟରେ ୪ ଗୁଣା ବୃଦ୍ଧି ହୋଇଛି ଓିମକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା । ଏହାସହ ଏବେ ଦେଶରେ ଓମିକ୍ରନ ଡବଳ ସେଞ୍ଚୁରି ମାରିଛି । ମଙ୍ଗଳବାର ସୁଦ୍ଧା ଦେଶରେ ୨୧୬ ଓିମିକ୍ରନ୍ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇ ସାରିଲାଣି । ଏ ଦିଗରେ ମହାରାଷ୍ଟ୍ର ରହିଛି ସବୁଠାରୁ ଆଗରେ । ଏଠାରେ ମୋଟ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୬୫ରେ ପହଞ୍ଚିଥିବା ବେଳେ ରାଜଧାନୀ ଦିଲ୍ଲୀରେ ୫୪ ଜଣ ଓମିକ୍ରନର ଶିକାର ହୋଇଛନ୍ତି । ଓମିକ୍ରନର ଦ୍ରୁତ ବୃଦ୍ଧିକୁ ଲକ୍ଷ୍ୟ କରି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ନୂଆବର୍ଷ ଓ ଖ୍ରୀଷ୍ଟମାସ ଏକାଠି ହୋଇ ପାଳନ କରିବାକୁ ବାରଣ କରିଛି ।