ଭୁବନେଶ୍ୱର, ୧୭।୧୦(ବ୍ୟୁରୋ): ରାଜ୍ୟରେ ଶନିବାର ପୁଣି ୨୧୯୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬୬୩୪୫ ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ନୂଆ ୨୧୯୬ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୭୪ କ୍ୱାରାଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୯୨୨ ଲୋକାଲ କେସ୍ ରହିଛି।
ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲାରୁ ୧୦୭ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୧୦୪, ବରଗଡ଼ ୮୦, ଭଦ୍ରକ ୧୬, ବଲାଙ୍ଗୀର ୭୧, ବୌଦ୍ଧ ୩୨, କଟକ ୧୭୫, ଢେଙ୍କାନାଳ ୩୩, ଗଜପତି ୭, ଗଞ୍ଜାମ ୧୩, ଜଗତସିଂହପୁର ୮୬, ଯାଜପୁର ୧୧୩, ଝାରସୁଗୁଡ଼ା ୭୧, କଳାହାଣ୍ଡି ୯୪, କନ୍ଧମାଳ ୩୪, କେନ୍ଦ୍ରାପଡ଼ା ୮୨, କେନ୍ଦୁଝର ୬୭, ଖୋର୍ଦ୍ଧା ୨୫୯,କୋରାପୁଟ ୨୯, ମାଲକାନଗିରି ୩୮, ମୟୂରଭଞ୍ଜ ୧୧୯, ନବରଙ୍ଗପୁର ୫୦, ନୟାଗଡ଼ ୨୦, ନୂଆପଡ଼ା ୧୦୮, ପୁରୀ ୭୭, ରାୟଗଡ଼ା ୧୪, ସମ୍ବଲପୁର ୩୭, ସୋନପୁର ୭୦, ସୁନ୍ଦରଗଡ଼ ୧୪୦, ଷ୍ଟେଟ ପୋଲରୁ ୫୦ଜଣ ରହିଛନ୍ତି ।
ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୨୬୬୩୪୫ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୩,୭୮୬ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେହିପରି ୨,୪୧,୩୮୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
Posted inକରୋନା ଭାଇରସ୍, ରାଜ୍ୟ