ନୂଆଦିଲ୍ଲୀ,୩ା୨:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୯ ମସିହାରୁ ଅଦ୍ୟାବଧି ୨୧ ଥର ବିଦେଶ ଗସ୍ତ କରିଛନ୍ତି। ତାଙ୍କ ଗସ୍ତ ବାବଦକୁ ୨୨.୭୬ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରଧାନମନ୍ତ୍ରୀ ଜାପାନକୁ ୩, ଆମେରିକା ଏବଂ ୟୁଏଇକୁ ୨ ଥର ଲେଖାଏ ଗସ୍ତ କରିଥିଲେ। ଏହି ଅବଧି ମଧ୍ୟରେ ରାଷ୍ଟ୍ରପତି ୮ ଥର ବିଦେଶ ଗସ୍ତ କରିଥିବାବେଳେ ୬.୨୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ରାମନାଥ କୋବିନ୍ଦ ରାଷ୍ଟ୍ରପତି ଥିବାବେଳେ ୭ ଥର ବିଦେଶ ଗସ୍ତ କରିଥିଲେ। ବର୍ତ୍ତମାନର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତ ସେପ୍ଟେମ୍ବରରେ ବ୍ରିଟେନ ଯାଇଥିଲେ। ରାଜ୍ୟ ସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ବହିର୍ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି. ମୁରଲୀଧରନ୍ ଏହା କହିଛନ୍ତି।