ରାଜଧାନୀରୁ ପୁଣି ଚିହ୍ନଟ ହେଲେ ୨୨ କରୋନା ପଜିଟିଭ୍‌: ଅଛନ୍ତି ୧୬ ବେସରକାରୀ ହସ୍ପିଟାଲ୍‌ କର୍ମଚାରୀ

ଭୁବନେଶ୍ୱର,୨୪।୬(ବ୍ୟୁରୋ): ରାଜଧାନୀରେ ବୁଧବାର ଆଉ ୨୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୨୦କୁ ବୃଦ୍ଧି ପାଇଛି। ସେଥିରୁ ୧୧୩ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୦୩ ଆକ୍ଟିଭ୍‌ କେସ୍‌ ରହିଛି। ସେହିଭଳି ୩ଜଣଙ୍କ ମୃତ୍ୟୁ ଘଟିଥିବା ଅପରାହ୍ନରେ ବିଏମ୍‌ସି ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।

ତେବେ ନୂତନ ୨୨ ଆକ୍ରାନ୍ତଙ୍କ ମଧ୍ୟରୁ ୩ ହୋମ୍‌ କ୍ୱାରାଣ୍ଟାଇନ୍‌ କେସ୍‌ ରହିଥିବା ବେଳେ ୧୯ ଲୋକାଲ୍‌ କେସ୍‌ ରହିଛି। ହୋମ୍‌ କ୍ୱାରାଣ୍ଟାଇନ୍‌ ଆକ୍ରାନ୍ତଙ୍କ ମଧ୍ୟରୁ ଚନ୍ଦ୍ରଶେଖରପୁର ମୈତ୍ରୀ ବିହାରର ୨୮ ବର୍ଷୀୟ ପୁରୁଷ(କୋଲକାତା ଫେରନ୍ତା), ୨୯ ବର୍ଷୀୟ ପୁରୁଷ ତଥା ରେଳ କର୍ମଚାରୀ(ଦିଲ୍ଲୀ ଫେରନ୍ତା), ଭିଏସ୍‌ଏସ୍‌ ନଗର ଅଞ୍ଚଳର ୨୪ ବର୍ଷୀୟ ପୁରୁଷ(ଦିଲ୍ଲୀ ଫେରନ୍ତା ଏବଂ ଜଣେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ)। ସେହିଭଳି ୧୬ଜଣ ବେସରକାରୀ ହସ୍ପିଟାଲର କର୍ମଚାରୀ, ନିଳାଦ୍ରିବିହାର ଚନ୍ଦ୍ରଶେଖରପୁରର ଗୋଟିଏ ପରିବାରର ୨ଜଣ(ପୂର୍ବ ଆକ୍ରାନ୍ତଙ୍କ ସମ୍ପର୍କୀୟ), ଶୈଳଶ୍ରୀବିହାର ଚିଲିକାଫ୍ରେସ୍‌ ଅଞ୍ଚଳରେ ଥିବା ୬୫ ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତ ହୋଇଥିବା ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ସମସ୍ତଙ୍କୁ କୋଭିଡ୍‌ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

Share