୬ ବର୍ଷର ଶିଶୁ ଦେହରେ କରାଗଲା ୨୨ କୋଟିର ଥେରାପି

ନୂଆଦିଲ୍ଲୀ,୦୯।୭: ସାଧାରଣତଃ ରୋଗ ହେଲେ କେତେ ଯେ ଟଙ୍କା ଖର୍ଚ୍ଚ ହୋଇଯାଏ ତାହା ଆଗୁଆ କହିବା ଅସମ୍ଭବ । ନିକଟରେ ଜଣେ ଶିଶୁର ଏକ ବିରଳ ଚିକିତ୍ସା କରାଯାଇଛି । ଏଥିରେ ପାଖାପାଖି ୨୨ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଶିଶୁଟିର ବୟସ ମାତ୍ର ୬ ବର୍ଷ । ସେ ତୁର୍କୀର ଅଟନ୍ତି । ଶିଶୁ ଜଣକ ଏକ ବିରଳ ତଥା ଗମ୍ଭୀର ଜେନେଟିକ ରୋଗରେ ପୀଡିତ ହୋଇଥିଲେ । ଯାହା ମାଂସପେଶୀର ଅବକ୍ଷୟ ଏବଂ ଦୁର୍ବଳତା ସୃଷ୍ଟି କରିଥାଏ । ଏହି ଶିଶୁର ଅସ୍ତ୍ରୋପଚାର କରାଯାଇଛି ଏବଂ ଆଶା କରାଯାଉଛି ସେ ଶୀଘ୍ର ସୁସ୍ଥ ହୋଇଯିବେ ।

ଏଲାପାଜାଇନ ନାମକ ଏକ ଥେରାପିି ଶିଶୁଟିର ଦେହରେ କରାଯାଇଛି। ଯାହାର ମୂଲ୍ୟ ହେଉଛି ୨୨ କୋଟି ଟଙ୍କା । ଗତ ବର୍ଷ ଆମେରିକାର ଖାଦ୍ୟ ଏବଂ ଡ୍ରଗ ଆଡମିନିଷ୍ଟ୍ରେସନ (ଏଫଡିଏ) ଦ୍ୱାରା ଅନୁମୋଦିତ ଏହି ଥେରାପି ସଂଯୁକ୍ତ ଆରବ ଏମିରେଟ୍ସ ସମେତ ଅଳ୍ପ କେତେକ ଦେଶରେ ଉପଲବ୍ଧ ଏବଂ ଏହା ଦୁନିଆର ସବୁଠାରୁ ମହଙ୍ଗା ଚିକିତ୍ସା ମଧ୍ୟରୁ ଅନ୍ୟତମ।

Share