ବିଷାକ୍ତ ମଦ ପିଇ ଗଲା ୨୨ ଜୀବନ

ଆଙ୍କାରା,୧୭।୧୨: ତୁର୍କୀର ଇସ୍ତାନବୁଲ୍‌ରେ ବିଷାକ୍ତ ମଦ ପିଇ ୨୨ ଜଣଙ୍କ ଜୀବନ ଯାଇଛି । ଅନ୍ୟ ୧୬ ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସ୍ଥାନୀୟ ଗଭର୍ନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ମୃତକଙ୍କ ମଧ୍ୟରୁ ୧୧ ଜଣ ବିଦେଶୀ ନାଗରିକ ବୋଲି ଜଣାପଡିଛି। ନୂଆବର୍ଷ ପାଳନ ପୂର୍ବରୁ ତୁର୍କୀରେ ନକଲି ମଦ ଉପରେ ଚଢ଼ାଉ ଜୋର୍‌ଦାର କରାଯାଇଛି। ବିଷାକ୍ତ ମଦ କାରବାରରେ ସମ୍ପୃକ୍ତ ଥିବା ୪ ଜଣଙ୍କୁ ଗିରଫ କରାଯାଇଛି।

Share