କ୍ଷୟକ୍ଷତି ଘଟାଉଛନ୍ତି ୨୨ ହାତୀ

ଅନୁଗୋଳ ଅଫିସ,୭ା୧୦: ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜକୁ ପଶି ଆସିଥିବା ଛତିଶଗଡ଼ର ୨୨ ହାତୀ ୨ ଦିନ ହେବ ବ୍ୟାପକ କ୍ଷୟକ୍ଷତି ଘଟାଉଛନ୍ତି। ଏହି ପଲରେ ଥିବା ୫ ଦନ୍ତା, ୧୨ ମାଈ ଓ ୫ ଛୁଆ ହାତୀ ଇଂକରବନ୍ଧ, ବସଲା, ନୂଆସାହି, ବଲାସିଂହା, ପଣ୍ଡପୁର ଆଦି ଅଞ୍ଚଳରେ ବୁଲି ଫସଲ ଖାଇବା ସହ ଦଳିଚକଟି ନଷ୍ଟ କରିଦେଉଛନ୍ତି। ଫଳରେ ୨ଶହରୁ ଅଧିକ ଚାଷୀ କ୍ଷତିଗ୍ରସ୍ତ ହୋଇଥିବା ଅଭିଯୋଗ ହୋଇଛି। ତୁରନ୍ତ ହାତୀ ପଲଙ୍କୁ ଘଉଡ଼ାଇବା ସହ କ୍ଷତିପୂରଣ ଯୋଗାଇ ଦେବାକୁ ଚାଷୀମାନେ ଦାବି କରିଛନ୍ତି।
ଚାଷୀମାନଙ୍କ କହିବା ଅନୁଯାୟୀ, ଏହି ହାତୀ ପଲ ବୁଧବାର ଇଂକରବନ୍ଧ ଠାକୁରାଣୀ ପିଢ଼ ନିକଟରେ ଥିଲେ। ରାତି ପ୍ରାୟ ୧୨ଟାରେ ବଲାସିଂହା, ପଣ୍ଡପୁର ଦେଇ ଆଗକୁ ବଢ଼ିଥିଲେ। ଭୋର ସମୟରେ ନୂଆସାହି ବସଲା ପାଖରେ ଏହି ହାତୀପଲଙ୍କୁ ଦେଖି ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ଗଁା ନିକଟରେ ହାତୀ ଚଳପ୍ରଚଳ ହେଉଥିବାରୁ ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଲାଇନ୍‌ କାଟି ଦିଆଯାଇଥିଲା। ଫଳରେ ବୁଧବାର ରାତିରୁ ଗୁରୁବାର ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ବଲାସିଂହାବାସୀ ବିଦ୍ୟୁତ୍‌ ସେବାରୁ ବଞ୍ଚିତ ରହିଥିଲେ। ଏହି ହାତୀପଲ ଯେପରି ହିନ୍ଦୋଳ ରେଞ୍ଜକୁ ପଶି ନ ପାରନ୍ତି ସେଥିପାଇଁ ଉକ୍ତ ରେଞ୍ଜ କର୍ମଚାରୀମାନେ ବାଣ ଫୁଟାଉଛନ୍ତି। ଫଳରେ ହାତୀ ପଲଙ୍କୁ ଘଉଡ଼ାଇବାରେ ବନ୍ତଳା ରେଞ୍ଜ କର୍ମଚାରୀଙ୍କୁ ସଫଳତା ମିଳିପାରୁ ନାହିଁ। ଏ ସମ୍ପର୍କରେ ବନ୍ତଳା ରେଞ୍ଜ ଅଧିକାରୀ ମାଧବ ନାୟକ କହିଛନ୍ତି, ଏହି ଛତିଶଗଡ଼ ହାତୀପଲଙ୍କୁ ଘଉଡ଼ାଇବାକୁ ଉଦ୍ୟମ ଚାଲିଛି। କିନ୍ତୁ ସେମାନେ ଜଙ୍ଗଲ ମୁହଁା ହେଉନାହାନ୍ତି। ଗଁାରେ ଥିବା ବାଡ଼ି ବଗିଚା ଓ ଚାଷ ଜମିରେ ପଶି ଏମାନେ ଫସଲ ଖାଉଥିବାରୁ ଜଙ୍ଗଲକୁ ନ ଯାଇ ଗଁା ଆଖପାଖରେ ରହୁଛନ୍ତି। ତେବେ ଅନୁଧ୍ୟାନ ଶେଷ ପରେ କ୍ଷତିପୂରଣ ଯୋଗାଇ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ଦୁର୍ଗାପୂଜା ପ୍ରସ୍ତୁତି ଆରମ୍ଭ, ସ୍ଥାପନ ହେଲା ଶୁଭଖୁଣ୍ଟି

ଦାରିଙ୍ଗବାଡ଼ି,୭ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା’ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଗଣେଶ ପୂଜା ଚତୁର୍ଥୀ ତିଥିରୁ...

କେନ୍ଦୁଝରରେ ଗଡ଼ିଲା ‘ସୁଭଦ୍ରା’ ସଚେତନତା ରଥ, ମନ୍ତ୍ରୀ କହିଲେ…

କେନ୍ଦୁଝର,୭ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଶନିବାର କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ‘ସୁଭଦ୍ରା’ ସଚେତନତା ରଥ ଗଡ଼ିଛି। ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ଜଙ୍ଗଲ ପରିବେଶ ଓ ଜଳବାୟୁ...

ସୁଭଦ୍ରା ଯୋଜନା ଫର୍ମ ବଣ୍ଟନରେ ଅବହେଳା: ଅଙ୍ଗନଓ୍ବାଡି କର୍ମୀଙ୍କ ଦରମା ବନ୍ଦ

ବାଲେଶ୍ୱର, ୭।୯(ବାଞ୍ଛାନିଧି ଦେ)-ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ସୁଭଦ୍ରା ଯୋଜନା ଆବେଦନ ଫର୍ମ ବଣ୍ଟନରେ ଅବହେଳା କରିଥିବା ଜଣେ ଅଙ୍ଗନଓ୍ବାଡି କର୍ମୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ...

ଆଜିଠୁ ବୁଲିଲା ସୁଭଦ୍ରା ରଥ: ଶୁଭାରମ୍ଭ କଲେ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ

ଛତ୍ରପୁର,୭।୯(ସନ୍ତୋଷ ପାଢ଼ୀ/ ଦିଲ୍ଲୀପ ସାମଲ ):ସାରା ରାଜ୍ୟରେ ସୁଭଦ୍ରା ଯୋଜନା ପାଇଁ ଆବେଦନ ଚାଲିଥିବା ବେଳେ ବିଭିନ୍ନ ସମସ୍ୟା ପରିଲକ୍ଷିତ ହୋଇଛିl ଏହାକୁ ନେଇ ରାଜ୍ୟ...

ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ

ଭୁବନେଶ୍ୱର,୭ା୯: ୩ ମାସରେ ପୂରଣ ହେବ ୨ ହଜାର ଫରେଷ୍ଟ ଗାର୍ଡ ପଦବୀ। ଏନେଇ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଶନିବାର ସୂଚନା...

ମହିଳା କର୍ମଚାରୀଙ୍କୁ ଜାତିଆଣ ଆକ୍ଷେପ କରି ଫାଇଲ୍‌ ଛଡ଼ାଇ ନେଲେ ସରପଞ୍ଚଙ୍କ ଦେଢ଼ଶୁର, ଆଉ ତା’ ପରେ…

ହାଟଡିହୀ,୭ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପନ୍ଦାଡୋ ପଞ୍ଚାୟତ ସରପଞ୍ଚ ସସ୍ମିତା ଓଝା ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ)ଭାବେ ଉର୍ମିଳା ମୁର୍ମୁ ଦାୟିତ୍ୱ ତୁଲାଉଛନ୍ତି। ତେବେ...

ପୂଜା ପାଇବେ ବୁଢ଼ା, ଟୋକା, ପିଲା ଗଣେଶ

ଭଦ୍ରକ,୭ା୯(ସନାତନ ରାଉତ):ଶନିବାର ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ପୂଜା। ଭଦ୍ରକର ପ୍ରସିଦ୍ଧ ବୁଢ଼ା, ଟୋକା ଓ ପିଲା ଗଣେଶ ପୂଜାକୁ ନେଇ ସମସ୍ତଙ୍କ ମନରେ ବେଶ୍‌ ଉତ୍ସାହ। ପୂଜା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri