ଭୂକମ୍ପରେ ଥରିଲା ଚାଇନା

ବେଜିଂ,୨।୧: ଚାଇନାର ୟୁନାନ୍‌ ପ୍ରଦେଶର ନିଙ୍ଗଲାଙ୍ଗ କାଉଣ୍ଟିରେ ୫.୫ ତୀବ୍ରତାର ଭୂକମ୍ପ ରବିବାର ଅପରାହ୍ନରେ ଅନୁଭୂତ ହୋଇଛି। ଏଥିରେ ୨୨ ଜଣ ଆହତ ହୋଇଥିବା ବେଳେ ଘର କ୍ଷତିଗ୍ରସ୍ତ ହୋଇଛି। କିଛି ଘରର ଟାଇଲ୍‌ ଖସିପଡ଼ିଥିବା ଦେଖିବାକୁ ମିଳିଛି। ଭୂକମ୍ପର କେନ୍ଦ୍ରସ୍ଥଳ ନିଙ୍ଗଲାଙ୍ଗ କାଉଣ୍ଟି ଆସନଠାରୁ ୬୦ କି.ମି. ଏବଂ ୟୋଙ୍ଗନିଙ୍ଗ ସହରଠାରୁ ୩ କି.ମି. ଦୂରରେ। ଏହାର ପ୍ରଭାବରେ ୧,୩୮୯ ବର୍ଗ କିଲୋମିଟର ଅଞ୍ଚଳରେ କମ୍ପନ ଅନୁଭୂତ ହୋଇଥିଲା। ଉଦ୍ଧାର କାର୍ଯ୍ୟରେ ୬୦ ଜଣିଆ ଟିମ୍‌କୁ ନିୟୋଜିତ କରାଯାଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Share