Posted inଜାତୀୟ

ଟ୍ରାକ୍ଟର ଟ୍ରଲି ଓଲଟି ୨୨ ଜଣଙ୍କ ମୃତ୍ୟୁ…

କାନପୁର,୧।୧୦ : ଉତ୍ତରପ୍ରଦେଶ କାନପୁରରେ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ ଟ୍ରାକ୍ଟର ଟ୍ରଲି ଓଲଟି ୨୨ ଜଣଙ୍କ ମୃତ୍ୟୁ ଘଟିଛି। କାନପୁରର ଘାଟମପୁରର ଭିତରଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଏହି ଦୁର୍ଘଟଣାରେ ବହୁଲୋକ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଟ୍ରାକ୍ଟର ଟ୍ରଲି ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଥିବା ପୋଲିସ ପକ୍ଷରୁ କୁହାଯାଇଛି।

କୋରଥା ଗାଁର ଲୋକେ ଏକ ମୁଣ୍ଡନ ସଂସ୍କାରରେ ଯୋଗଦେବା ପାଇଁ ଫତେହପୁର ଯାଇଥିଲେ। ଫେରୁଥିବା ସମୟରେ ଟ୍ରାକ୍ଟର ଟ୍ରଲି ଓଲଟି ପାଣିରେ ଖସି ପଡ଼ିଥିଲା। ଟ୍ରାକ୍ଟର ଟ୍ରଲି ପାଣିରେ ବୁଡ଼ି ଯିବାରୁ ଅଧିକାଂଶ ଲୋକଙ୍କ ମୃତ୍ୟୁ ଘଟିଛି।

ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି। ଏଥିରେ ୧୫ ଆମ୍ବୁଲାନ୍ସକୁ ନିୟୋଜିତ କରାଯାଇଛି। ମୃତକଙ୍କ ମଧ୍ୟରେ ମହିଳା ଏବଂ ଶିଶୁ ରହିଛନ୍ତି। ଟ୍ରାକ୍ଟର ଟ୍ରଲିରେ ୫୦ ଲୋକ ଯାତ୍ରା କରୁଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କେମିତି ହୁଏ ଜନଗଣନା, ପଚରାଯାଏ କେଉଁ ସବୁ ପ୍ରଶ୍ନ?

ନୂଆଦିଲ୍ଲୀ,୩୦।୧୦: ଜନ ଗଣନା ଗୋଟିଏ ଦେଶରେ ବିଶେଷ ମହତ୍ତ୍ୱ ରଖିଥାଏ । ଦେଶର ଜନଗଣନା ହିଁ ଦେଶର ପ୍ରଗତି ଓ ସମୃଦ୍ଧିର ରୂପରେଖ ପ୍ରସ୍ତୁତ କରେ...

୨ କୋଟି ଟଙ୍କା ଦିଅ, ନଚେତ୍ ସଲମାନଙ୍କ ମୁଣ୍ଡ ଗଡିବ

ମୁମ୍ବାଇ,୩୦/୧୦: ବଲିଉଡ୍ ଅଭିନେତା ସଲମାନ ଖାନଙ୍କୁ ପୁଣି ଥରେ ହତ୍ୟା ଧମକ ମିଳିଛି। ଟ୍ରାଫିକ କଣ୍ଟ୍ରୋଲକୁ ଆସିଥିବା ଏକ ମେସେଜରେ ଜଣେ ଅଜଣା ବ୍ୟକ୍ତି ସଲମାନ...

କାନାଡା ପରେ ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କରିବ କି ଆମେରିକା: ଆସିଲା ବଡ଼ ଅପଡେଟ୍ 

ନୂଆଦିଲ୍ଲୀ/ୱାଶିଂଟନ୍,୩୦/୧୦: ଶିଖ୍ ବିଚ୍ଛିନ୍ନତାବାଦୀ ହରଦୀପ ସିଂହ ନିଜର ହତ୍ୟା ମାମଲାରେ ଭାରତ ଓ କାନାଡା ମଧ୍ୟରେ ସମ୍ପର୍କ ସବୁଠାରୁ ଖରାପ ପର୍ଯ୍ୟାୟରେ ପହଞ୍ଚିଛି। ଏଥିପାଇଁ ଉଭୟ...

ପରମାଣୁ ବୋମାର ବାଦଶାହ ହେବ ଏହି ଦେଶ: ୨୦୨୯ ସୁଦ୍ଧା ଏତିକି….

ନୂଆଦିଲ୍ଲୀ,୩୦/୧୦: ଚାଇନାର ପରମାଣୁ ଅସ୍ତ୍ର ଶସ୍ତ୍ର ଦ୍ରୁତ ଗତିରେ ବୃଦ୍ଧି ପାଉଛି ଏବଂ ଆମେରିକୀୟ ପ୍ରତିରକ୍ଷା ଗୁଇନ୍ଦା ଏଜେନ୍ସିର ଏକ ନୂତନ ରିପୋର୍ଟ ଅନୁଯାୟୀ, ଆଗାମୀ...

୨ ଲକ୍ଷ ଟଙ୍କାର ଲେଦର ବ୍ୟାଗ୍‌ ବ୍ୟବହାରକୁ ନେଇ ମୁହଁ ଖୋଲିଲେ ଜୟା କିଶୋରୀ

କୋଲକାତା,୩୦ା୧୦:ଆଧ୍ୟାତ୍ମିକ ବକ୍ତା ଜୟା କିଶୋରୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଯେଉଁଥିରେ ତାଙ୍କୁ ‘ଡିଓର’ ବ୍ରାଣ୍ଡର ଏକ ଦାମୀ ଡିଜାଇନର ଲେଦର ବ୍ୟାଗ୍‌...

ରୋଗୀଙ୍କୁ ଅଚେତ୍‌ କରାଇ ବଳାତ୍କାର କଲେ ଡାକ୍ତର: ଆଉ ତା’ପରେ…

କୋଲକାତା,୩୦ା୧୦:କୋଲକାତାର ଆର୍‌.ଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ପରେ ହତ୍ୟା ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା।...

ସରକାରଙ୍କ ବଡ଼ ଘୋଷଣା, କମିବ ପେଟ୍ରୋଲ ଦର, ଓଡ଼ିଶାର ଏହିସବୁ ଅଞ୍ଚଳକୁ ମିଳିବ ଲାଭ…

ନୂଆଦିଲ୍ଲୀ,୨୯।୧୦: କମିବ ପେଟ୍ରୋଲ ଓ ଡିଜେଲ ଦର। ଆଜି ଧନତେରାସରେ କେନ୍ଦ୍ର ସରକାର ନେଇଛନ୍ତି ଏହି ବଡ଼ ନିଷ୍ପତ୍ତି। ତେବେ ଏଥିରୁ ଲାଭ ପାଇବେ ତୈଳ...

କେବେ ଦୀପାବଳି? ମୁକ୍ତିମଣ୍ଡପର ନିଷ୍ପତ୍ତ ପରେ କାଶୀ ପଣ୍ଡିତଙ୍କ ମଧ୍ୟରେ ସୃଷ୍ଟିହେଲା ଝଡ

ନୂଆଦିଲ୍ଲୀ,୨୯।୧୦: ଦୀପାବଳି କେବେ ? ଅକ୍ଟୋବର ୩୧ କିମ୍ବା ନଭେମ୍ବର ୧? ଏହାକୁ ନେଇ ଲୋକେ ଦ୍ୱନ୍ଦ୍ୱରେ ଅଛନ୍ତି। କେବଳ ସାଧାରଣ ଲୋକେ ନୁହନ୍ତି, ଚଳିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri