Advertisement

ସୁନାଦୋକାନ ଉପରେ ୨୨ ଲକ୍ଷ ଜରିମାନା

ଜୟପୁର, ୮ା୧୦ (ନି.ପ୍ର.): ଜୟପୁର ସହରର ମୁଖ୍ୟ ରାସ୍ତାରେ ଥିବା ଏକ ସୁନା ଦୋକାନ ଉପରେ ଚଢ଼ାଉ କରି ୨୨ ଲକ୍ଷ ୪୨ ହଜାର ଟଙ୍କା ଜରିମାନା କରିଛି ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌। ସୁନା କିଣାବିକାରେ ହେରଫର ଯୋଗୁ ମୟୂରୀ ସୁନାଦୋକାନ ଉପରେ ଏହି ଜରିମାନା ହୋଇଥିବା ଜଣାପଡ଼ିଛି। ଏନେଇ ଗତ ୪ରେ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ଚଢାଉ କରିଥିଲା। ଏହି ସମୟରେ ସମ୍ପୃକ୍ତ ଦୋକାନରେ ୬୯୦.୦୪୬ ଗ୍ରାମ ସୁନା ଏବଂ ୧୧୩୨୯ ଗ୍ରାମ ରୁପା ବିନା ଜିଏସ୍‌ଟିରେ ଷ୍ଟକ୍‌ ଥିବା ଜଣାପଡ଼ିଥିଲା।

ଏନ୍‌ଫୋର୍ସମେଣ୍ଟ ଅଧିକାରୀମାନେ ବିଲ୍‌, ବିକ୍ରି ସମୟରେ କେତେ ପରିମାଣରେ ଜିଏସ୍‌ଟି ଆଦାୟ ହୋଇଛି ସବୁ ଖୋଳତାଡ଼ କରିଥିଲେ। ଶେଷରେ ସୁନାଦୋକାନୀଙ୍କୁ ଉପରୋକ୍ତ ପରିମାଣର ଜରିମାନା କରାଯାଇଥିବା ଜିଏସ୍‌ଟି ଡେପୁଟି କମିଶନର ପ୍ରାଣ ଶଙ୍କର ଦେବତା କହିଛନ୍ତି। ସୂଚନାଯୋଗ୍ୟ, ଗତ ୪ ତାରିଖରେ ରାଜ୍ୟର ୧୨ଟି ସହରର ସୁନାଦୋକାନ ଉପରେ ଚଢ଼ାଉ ହୋଇଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share