ରାସ୍ତାରେ ବୋହିଲା ୨୨ ଲକ୍ଷ ଲିଟର ମଦ, ଲୋକଙ୍କ ଘରେ ପଶିଲା…

ଲିସବନ,୧୨।୯: ପର୍ତ୍ତୁଗାଲର ସାଓ ଲୋରେନୋ ଦେ ବାଇରୋରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ବାସ୍ତବରେ, ରବିବାର, ରାସ୍ତାରେ ରେଡ ଓ୍ବାଇନ ପ୍ରବାହିତ ହେବାକୁ ଲାଗିଥିଲା, ଯାହା ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଠାରେ ରାସ୍ତାରେ ଲକ୍ଷ ଲକ୍ଷ ଲିଟର ରେଡ ଓ୍ବାଇନ ପ୍ରବାହିତ ହେଉଛି। ବହୁ ଲୋକଙ୍କ ଘରେ ମଧ୍ୟ ରେଡ ଓ୍ବାଇନ ପ୍ରବେଶ କରିଥିଲା।

ମଦ ରାସ୍ତାରେ ସହରର ଏକ ପାହାଡରୁ ପ୍ରବାହିତ ହେବାକୁ ଲାଗିଥିଲା, ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଆମେରିକୀୟ ଗଣମାଧ୍ୟମ ଅନୁଯାୟୀ, ୨୨ଲକ୍ଷ ଲିଟରରୁ ଅଧିକ ରେଡ ଓ୍ବାଇନ ନେଇ ଯାଉଥିବା ଟ୍ୟାଙ୍କର ଫାଟିଯିବା ଯୋଗୁ ଏଭଳି ଘଟଣା ଘଟିଥିଲା।

ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଶର୍ଟିମା ନଦୀରେ ରେଡ ଓ୍ବାଇନ ମିଶ୍ରିତହେବା ପୂର୍ବରୁ ଅଗ୍ନିଶମ ବିଭାଗ କାର୍ଯ୍ୟ ଆରମ୍ଭ କରିଥିଲା। ରେଡ ଓ୍ବାଇନ ସ୍ରୋତ ନିକଟସ୍ଥ ଏକ ଚାଷ ଜମିକୁ ପଠାଇ ଦିଆଯାଇଥିଲା। ଏହି ଘଟଣା ପାଇଁ ଲେଭିରା ଡିଷ୍ଟିଲେରୀ କ୍ଷମା ମାଗିଛନ୍ତି ଏବଂ କ୍ଷୟକ୍ଷତି ଏବଂ ମରାମତି ଖର୍ଚ୍ଚ ପାଇଁ ସମ୍ପୂର୍ଣ୍ଣ ଦାୟିତ୍ୱ ଗ୍ରହଣ କରିଛନ୍ତି।

Share