Posted inଖେଳ

ରାଜ୍ୟରେ ୨୨ ନୂତନ ହକି ପ୍ରଶିକ୍ଷଣ କେନ୍ଦ୍ର

ଭୁବନେଶ୍ୱର, ୧୨ା୪ (ସ୍ପୋଟର୍‌ସ ବ୍ୟୁରୋ): ହକି ପ୍ରତି ରହିଥିବା ଭଲପାଇବା ପାଇଁ ଓଡ଼ିଶାରେ ଆଉ ୨୨ଟି ହକି ପ୍ରଶିକ୍ଷଣ ସେଣ୍ଟର(ଏଚ୍‌ଟିସି) ସ୍ଥାପନ କରାଯାଇଛି। ତୃଣମୂଳ ସ୍ତରରୁ ହକିର ବିକାଶ ପାଇଁ ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଓଡ଼ିଶା ନାଭାଲ ଟାଟା ହକି ହାଇପରଫର୍ମାନ୍ସ ସେଣ୍ଟର ଓ କ୍ରୀଡା ଓ ଯୁବବ୍ୟାପାରର ମିଳିତ ଉଦ୍ୟମରେ ଏହି ସେଣ୍ଟରଗୁଡିକ ସ୍ଥାପନ ହୋଇଛି। ତୃଣମୂଳ ସ୍ତରରୁ ପ୍ରତିଭା ଚିହ୍ନଟ ସହିତ ସେମାନଙ୍କୁ ସୁଯୋଗ ପ୍ରଦାନ କରିବା ପାଇଁ ଏହି ବ୍ୟବସ୍ଥା ଆରମ୍ଭ କରାଯାଇଛି। ସୁନ୍ଦରଗଡରେ ରହିଥିବା କାର୍ଯ୍ୟକ୍ଷମ ଟର୍ଫଗୁଡିକ ମଧ୍ୟରେ ବୋଣାଇ, ଟାଙ୍ଗରପଲ୍ଲୀ, ବାରଗାଓଁ, ବିର୍ସା, ଲହୁଣୀପଡା, ଲାଠିକଟା, ଲେଫ୍ରିପଡା, ସବ୍‌ଡେଗା, ବାଲିଶଙ୍କରା-ତିଲେଇକାନି, ବାଲିଶଙ୍କରା-ସୋନାମାରା, ନୂଆଗାଁ, କୁତ୍ରା, ଗୁରୁଣ୍ଡିଆ, କୁଅଁାରମୁଣ୍ଡା, କୁକୁଡା ଅନ୍ତର୍ଭୁକ୍ତ। ଅନ୍ୟ ସହରଗୁଡିକ ମଧ୍ୟରେ ଯାଜପୁରରେ ଯାଜପୁର ଟାଉନ୍‌, ସମ୍ବଲପୁରରେ ଯୁଯୁମୁରା ଓ ଗଞ୍ଜାମର ଛତ୍ରପୁରରେ କାର୍ଯ୍ୟକ୍ଷମ ଟର୍ଫ ରହିଛି। ରାଜ୍ୟର ଅନ୍ୟ ୪ଟି ସ୍ଥାନରେ ନୂତନ ଟର୍ଫ ବିଛାଯିବାର କାର୍ଯ୍ୟକ୍ରମ ରହିଛି। ବର୍ତ୍ତମାନ ୧୮ଟି ସ୍ଥାନରେ କାର୍ଯ୍ୟକ୍ଷମ ଟର୍ଫ ରହିଥିବା ବେଳେ ଏଥିରେ ୧୩୦୦ରୁ ଅଧିକ ଖେଳାଳି ପ୍ରଶିକ୍ଷଣ ଗ୍ରହଣ କରୁଛନ୍ତି। ଏଣିକି ପ୍ରତ୍ୟେକ ଏଚ୍‌ଟିସିରେ ଦୁଇ ଜଣ ପ୍ରଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କରାଯିବ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁନ୍ଦରଗଡ ଗସ୍ତ ସମୟରେ ଜିଲାରେ କ୍ରୀଡା ଭିତ୍ତିଭୂମିର ଉନ୍ନତି ସମ୍ପର୍କରେ ଆଲୋଚନା ହୋଇଥିଲା। ସ୍ଥାନୀୟ ଖେଳାଳିଙ୍କୁ ଉନ୍ନତ ଭିତ୍ତିଭୂମି, ପ୍ରଶିକ୍ଷଣ ଓ ସୁଯୋଗ ମିଳିଲେ ଯୁବ ପିଢି କ୍ରୀଡାରେ ଆଗକୁ ଅଗ୍ରସର ହୋଇ ପାରିବେ ବୋଲି କହିଥିଲେ। ଏହାପରେ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ଓଡ଼ିଶା ନାଭାଲ ଟାଟା ହକି ହାଇପରଫର୍ମାନ୍ସ ସେଣ୍ଟର ସହାୟତାରେ ଏଚ୍‌ଟିସି ଆରମ୍ଭ କରାଯାଇଛି। ଏହି ପ୍ରୋଜେକ୍ଟରେ ନିଯୁକ୍ତ କୋଚ୍‌ମାନେ ହକି ଓଡ଼ିଶା ନିର୍ଦ୍ଦେଶକ ଡେଭିଡ୍‌ ଜନଙ୍କ ସହିତ ପ୍ରଶିକ୍ଷଣ ଆରମ୍ଭ କରିଛନ୍ତି। ଏହି ପ୍ରକଳ୍ପ ଆରମ୍ଭ ହେବା ପରେ ପ୍ରତି ସପ୍ତାହରେ କ୍ଲବ୍‌ ସ୍ତରୀୟ ଟୁର୍ନାମେଣ୍ଟ ଆୟୋଜନ କରାଯିବ। ଆମେରିକା, ଅଷ୍ଟ୍ରେଲିଆ ଓ ୟୁକେରେ ସମାନ ଢଙ୍ଗରେ ଟୁର୍ନାମେଣ୍ଟ ଖେଳାଯାଏ। ବିଦେଶରେ ସଫଳ ଏହି ମଡେଲର ଫାଇଦା ତୃଣମୂଳ ସ୍ତରରୁ କ୍ରୀଡାବିତ୍‌ଙ୍କୁ ମଧ୍ୟ ମିଳିବ ବୋଲି ଓଡ଼ିଶା ନାଭାଲ ଟାଟା ହକି ହାଇପରଫର୍ମାନ୍ସ ସେଣ୍ଟର ପ୍ରକଳ୍ପ ନିର୍ଦ୍ଦେଶକ ରାଜୀବ ସେଠ କହିଛନ୍ତି। ଏହା ସହିତ ତୃଣମୂଳ ସ୍ତରରୁ କୋଚ୍‌ମାନଙ୍କ ପାଇଁ ମଧ୍ୟ ଏହା ଏକ ସୁଯୋଗ ସୃଷ୍ଟି କରିବ ବୋଲି ସେ କହିଛନ୍ତି। ଏହି ଇଭେଣ୍ଟରେ ସମସ୍ତ ସ୍କୁଲ, କମ୍ୟୁନିଟି ଓ ଜିଲାଗୁଡିକୁ ସାମିଲ ହେବାକୁ ଆହ୍ବାନ ଦିଆଯାଇଛି। ସ୍ଥାନୀୟ ପ୍ରତିଭାମାନଙ୍କୁ ଆଗକୁ ବଢିବାର ସୁଯୋଗ ଦେବାପାଇଁ ଏହି ବ୍ୟବସ୍ଥା ଆରମ୍ଭ କରାଯାଇଥିବା ସେ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ଗିଲ୍‌ଙ୍କ ଚମତ୍କାର ଶତକ: ବାଂଲାଦେଶକୁ ବିଶାଳ ଟାର୍ଗେଟ୍‌

ଚେନ୍ନାଇ,୨୧।୯: ବାଂଲାଦେଶ ବିପକ୍ଷରେ ୨୮୭/୪ ସ୍କୋରରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୩୭୬ ରନ ସଂଗ୍ରହ କରିଥିଲା। ଏଥି...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

୬୩୭ ଦିନ ପରେ ଟେଷ୍ଟରେ କମାଲ୍‌ କଲେ ପନ୍ତ

ଚେନ୍ନାଇ,୨୧।୯: ଟିମ ଇଣ୍ଡିଆର ତାରକା ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଟେଷ୍ଟ କ୍ରିକେଟ ପ୍ରତ୍ୟାବର୍ତ୍ତନ ଦୃଢ ଼ ପ୍ରମାଣିତ ହେଉଛି। ଦେଢ ବର୍ଷରୁ ଅଧିକ ସମୟ...

ପାଟିରେ କଳାଫିତା କାମୁଡି ବ୍ୟାଟିଂ କଲେ ବାଂଲାଦେଶ ବ୍ୟାଟ୍ସମ୍ୟାନ୍‌: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୧।୯: ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନରେ ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ ପାଟିରେ ଏକ କଳାଫିତା କାମୁଡି ବ୍ୟାଟିଂ କରିବାକୁ ବାହାରିଥିଲେ। ଶାକିବଙ୍କ ଭିଡିଓ...

୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ଗାଭାସ୍କରଙ୍କୁ ପଛରେ ପକାଇଲେ

ଚେନ୍ନାଇ,୨୧।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଦୁଇ ଦିନ ମଧ୍ୟରେ ଦୁଇଟି ଇନିଂସ ଶେଷ ହୋଇଛି।...

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

ଭାରତ ୩୦୮ ରନ୍‌ରେ ଆଗୁଆ

ଚେନ୍ନାଇ,୨୧ା୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ପେସ୍‌ ବୋଲର ଚମତ୍କାର ବୋଲିଂ କରିଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri