Categories: ଜାତୀୟ

୭ ଦିନ ମଧ୍ୟରେ ଦେଶରେ କୋଭିଡ ସଂକ୍ରମଣ ୨୨ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ,୧।୧: ଦେଶରେ ଦିନକୁ ଦିନ କୋଭିଡ ସଂକ୍ରମଣ ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ୮୦୦ରୁ ଅଧିକ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ଗତ ୭ ମାସ ମଧ୍ୟରେ ପ୍ରଥମ ଥର ପାଇଁ ନୂଆ ସଂକ୍ରମଣ ସଂଖ୍ୟା ୭୦୦ ଅତିକ୍ରମ କରିଛି। ଦେଶରେ କୋଭିଡର JN.1 ଭାରିଆଣ୍ଟ ସଂକ୍ରମଣ ମଧ୍ୟ କ୍ରମାଗତ ଭାବରେ ବୃଦ୍ଧି ପାଉଛି। JN.1 ଭାରିଆଣ୍ଟ କେସ ବୃଦ୍ଧି ହେତୁ ନୂଆ କେସ ବୃଦ୍ଧି ପାଉଛି।
ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ଏକ ସପ୍ତାହ ମଧ୍ୟରେ କରୋନାର ନୂତନ ମାମଲା ପପ ପ୍ରତିଶତ ବୃଦ୍ଧି ପାଇଛି। କେରଳ ଏବଂ କର୍ନାଟକରୁ ସର୍ବାଧିକ ସଂକ୍ରମଣ ଚିହ୍ନଟ ହେଉଛି। ୨୧ ରୁ ୨୭ ଡିସେମ୍ବର ମଧ୍ୟରେ ଦେଶରେ ୪,୪୫୨ଟି ସଂକ୍ରମଣ ରିପୋର୍ଟ ହୋଇଥିଲା। ଏହି ସଂଖ୍ୟା ଏହି ସପ୍ତାହରେ ୨୮୧୯ ଥିଲା। ଅର୍ଥାତ୍‌ ଗୋଟିଏ ସପ୍ତାହରେ ନୂତନ ସଂକ୍ରମଣ ପ୍ରାୟ ୨୨ ପ୍ରତିଶତ ବୃଦ୍ଧି ପାଇଛି। ବିଶେଷଜ୍ଞମାନେ କହିଛନ୍ତି ଯେ, ଆଗାମୀ ଦିନରେ କୋଭିଡ ସଂକ୍ରମଣ ବଢିପାରେ।

Share