ଜର୍ମାନୀର ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ସୁରକ୍ଷା କର୍ମୀ ଓ ଉପଦ୍ରବକାରୀଙ୍କ ସଂଘର୍ଷରେ ୨୨ପୋଲିସ କର୍ମୀ ଆହତ, ପୋଲିସର ଲାଠି ଚାର୍ଜ

ବର୍ଲିନ,୯।୭: ପଶ୍ଚିମ ଜର୍ମାନୀର ଜିସେନ ସହରରେ ଇରିଟ୍ରିଆନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦଙ୍ଗାରେ ୨୨ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ବିକ୍ଷୋଭକାରୀମାନେ ପୋଲିସ ଉପରେ ପଥର,ବୋତଲ ଏବଂ ଗ୍ୟାସ ବମ୍‌ ଫିଙ୍ଗିଥିଲେ। ସେମାନେ ବ୍ୟାରିକଡେ ଭାଙ୍ଗି ଧସି ପଶିବାକୁ ଚେଷ୍ଟା ମଧ୍ୟ କରିଥିଲେ। ପୋଲିସ ଏବଂ ଉପଦ୍ରବକାରୀଙ୍କ ଧସ୍ତାଧସ୍ତି ମଧ୍ୟରେ ବହୁ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି।

ଘଟଣାରେ ଉପଦ୍ରବକାରୀଙ୍କୁ ନିୟନ୍ତ୍ରଣକୁ ଆଣିବା ପାଇଁ ପୋଲିସ ସେମାନଙ୍କ ଉପରେ ଲଙ୍କା ଗୁଣ୍ଡ ସ୍ପ୍ରେ ଏବଂ ଲାଠି ଚାର୍ଜ କରିଥିଲା। ଘଟଣାସ୍ଥଳରେ ଏକ ହଜାର ପୋଲିସ କର୍ମଚାରୀ ମୁତୟନ ହୋଇଥିଲେ। ଜିସେନ ପୋଲିସ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ଆହତ କିମ୍ବା ଗିରଫ ହୋଇଥିବା ଲୋକଙ୍କ ସଂଖ୍ୟା ସମ୍ପର୍କରେ କୌଣସି ଠୋସ ସୂଚନା ମିଳିପାରି ନାହିଁ। ଉପଦ୍ରବକାରୀଙ୍କ ମଧ୍ୟରୁ ୬୦ଜଣଙ୍କୁ ଅଟକ ରଖାଯାଇଛି।

Share